Saturday , August 13 2022
Breaking News
Home / ବିଶେଷ / ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣ ଙ୍କ ଦୀର୍ଘଦିନର ଚାହିଦା ପୁରାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଭେଟି ଦାବିଜଣାଇଲେ ଦିଲ୍ଲୀପ ମଲ୍ଲିକ

ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣ ଙ୍କ ଦୀର୍ଘଦିନର ଚାହିଦା ପୁରାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଭେଟି ଦାବିଜଣାଇଲେ ଦିଲ୍ଲୀପ ମଲ୍ଲିକ

ସାଲେପୁର ,୧୮/୦୮/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକ ସହର ହଜାର ବର୍ଷରୁ ଅଧିକ ପୁରୁଣା ସହର ଅଟେ। ଯାହା ଆମ ପରମ୍ପରା ଓ ସଂସ୍କୃତି କୁ ପ୍ରତିଫଳିତ କରେ।ଏହା ଆମର ପୁରୁଣା ରାଜ୍ୟ ଓ ରାଜ ଧାନୀ ଏବଂ ଓଡିଶା ରେ ସ୍ବାଧୀନତା ସଂଗ୍ରାମ ର କେନ୍ଦ୍ରସ୍ଥଳ ଥିଲା। ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣ ଙ୍କ ଦୀର୍ଘଦିନର ଚାହିଦାପୁରଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଦିଲ୍ଲୀ କାର୍ୟ୍ୟାଳୟ ରେ ସାକ୍ଷାତ କରି ବିଜେପି ନେତା ତଥା ରେଲୱେ ବୋର୍ଡର ସର୍ବ ଭାରତୀୟ ରେଳ ଯାତ୍ରୀ ସୁବିଧା କମିଟି ସଦସ୍ୟ ଦିଲୀପ ମଲ୍ଲିକ ଦାବିଜଣାଇଛନ୍ତି ।
ଭୁବନେଶ୍ୱର – ମୁମ୍ବାଇ କୋଣାର୍କ ଏକ୍ସପ୍ରେସ,ପୁରୀ-ସାଇନଗର ସିରିଡି ଏକ୍ସପ୍ରେସ କୁ କଟକ ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯିବା, ବଲାଙ୍ଗୀର-ସମ୍ବଲପୁର,ରାଉରକେଲା ଏଣ୍ଟରସିଟି ମଧ୍ୟରୁ ଯେକୌଣସି ଗୋଟିଏ ଟ୍ରେନ କଟକ ଦେଇ ଯାତ୍ରାକରିବା, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳ ର ଲୋକମାନଙ୍କର ସୁବିଧା ପାଇଁ କନ୍ଦରପୁରଠାରେ ଗୋଟିଏ ଟିକେଟ ବୁକିଙ୍ଗ କାଉଣ୍ଟର ଖୋଲିବ.ନୂତନ ଜାତୀୟ ରାଜପଥର କଟକ-ନାଉଗାଁ ରାସ୍ତାରେ କନ୍ଦରପୁର ଲେବୁଲ କ୍ରଶିଙ୍ଗ ଠାରେ ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯିବା,ଅଭିଭକ୍ତ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାବାସିନ୍ଦାଙ୍କ ପାଇଁ ହରିଦାସପୁର-ପାରାଦୀପ ରେଳପଥ ରେ ଯଥାଶୀଘ୍ର ଯାତ୍ରୀବାହୀ ରେଳଚଳାଚଳ କରିବ.ରାଜ୍ୟ ର ପୁରାତନ କଟକ ରେଳଷ୍ଟେସନ କୁ ଢତିହ ଷ୍ଟେସନ ରୂପେ ନବୀକରଣ କରାଯିବା ସହିତ ଏହା କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟର୍ମିନସ ନାମରେ ନାମିତ କରିବାକୁ ଶ୍ରୀ ମାଲିକ କେନ୍ଦ୍ରମନ୍ତ୍ରୀ ଙ୍କ ନିକଟରେ ଦାବିକରିଛନ୍ତି।।
ଉପରୋକ୍ତ ଦାବିଗୁଡିକ ର ସମାଧାନ ପାଇଁ ବିହିତ ପଦକ୍ଷପ ଗ୍ରଗଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶୃତି ଦେଇଥିବାର ଶ୍ରୀ ମାଲିକ ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.