ପାରାଦୀପ ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ” ଓ “ଦିବ୍ୟଜ୍ୟୋତି ମେମୋରିଆଲ” ପକ୍ଷରୁ ଚଳିତ ୨୦୨୧ ବର୍ଷ ସି.ବି.ଏସ୍.ସି ପରୀକ୍ଷାରେ ପଙ୍କପାଳର ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟର ୪ ଜଣ ମେଧାବୀ ଛାତ୍ରଛାତ୍ରୀ ଯେଉଁ ମାନେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ଗୌରବକୁ ବଢାଇଛନ୍ତି ସେମାନଙ୍କୁ ଉଭୟ ସଂଗଠନ ତରଫରୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧୫ତାରିଖରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଭୟ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବ୍ଲକର ଅତିରିକ୍ତ ତହସିଲଦାର ଡଃ ପୂଜା ଲେଙ୍କା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରି ବିଦ୍ୟାଳୟର ଉତରୋତର ଉନ୍ନତି କାମନା କରିଥିଲେ । ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ଡଃ ସଚିତ୍ର କୁମାର ରାଉତ ଓ ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ପ୍ରତିବର୍ଷ ମେଧାବୀ ଛାତ୍ରଛତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଲେଙ୍କା ଙ୍କ ସମେତ ସମ୍ମାନୀତ ଅତିଥି ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ରନାଥ ଚୌଧୁରୀ, ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ, ଡଃ ସଚିତ୍ର କୁମାର ରାଉତ ଉପସ୍ଥିତିରେ କରୋନା ମହାମାରୀ ସମୟରେ ସାମାଜିକ ଦାୟିତ୍ୱବୋଧକୁ ଯଥାର୍ଥ ଭାବରେ ନିର୍ବାହ କରିଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ । ଓଡ଼ିଶା ସମାଚାର