ପାଟକୁରା, ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରାଏସର ଖରିସାଣ ଆଂଚଳିକ ସାଧନକେନ୍ଦ୍ରର ସଂଯୋଜକ ସୁକାନ୍ତ କୁମାର ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଶ୍ଚିନ୍ତାଶାସନ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମଣ୍ଡଳସ୍ତରୀୟ ସାଧନକେନ୍ଦ୍ର ସଂଯୋଜକ ଗତିକୃଷ୍ଣ ଦାଶ ଯୋଗଦାନ କରି ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ, ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ବେହେରା ରାଏସର ଖରିସାଣ ଆଂଚଳିକ ସାଧନକେନ୍ଦ୍ରରେ ୫ ବର୍ଷ ଧରି ନିଜର ଦାୟିତ୍ୱ ନିର୍ବାହ କରି ଗୋତି୍ରବିଲ ସାଧନକେନ୍ଦ୍ରକୁ ବଦଳି ହୋଇଯାଇଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବାଣକୁନ୍ଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୃସିଂହ ସେନାପତି ସଭାପତିତ୍ୱ କରିଥିବାବେଳେ ସିଆରସିସି ପ୍ରଶାନ୍ତ କୁମାର ପ୍ରଧାନ, ପୂର୍ବତନ ଶିକ୍ଷକ ଅଲେଖ ଚନ୍ଦ୍ର ପଟ୍ଟନାୟକ, ନବୀନ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଶ୍ରୀ ବେହେରା ଜଣେ ସଫଳ ସଂଯୋଜକ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବୈଷ୍ଣବ ଦଳାଇ, ଅଶୋକ କୁମାର ସେଠୀ, ନିର୍ମଳା ଦାସ, ମାଳତୀ ସୂତାର ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର