Tuesday , May 30 2023
Breaking News
Home / ବିଶେଷ / ରକ୍ତଦାନ ସେବା ଯୁବ ସମାଜର ସଂକଳ୍ପ ଓ ଆହ୍ବାନ ହେବା ଜରୁରୀ : ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ

ରକ୍ତଦାନ ସେବା ଯୁବ ସମାଜର ସଂକଳ୍ପ ଓ ଆହ୍ବାନ ହେବା ଜରୁରୀ : ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ

କଟକ, ୧୭/୦୮/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ଵୟାଳିଶମୌଜା ଉପକଣ୍ଠ ଦଧିବାମନପୁର ଯୁବକ ସଂଘ ଏବଂ ଆଖପାଖ ଗ୍ରାମର ସ୍ବେଚ୍ଛାସେବୀ ମାନଙ୍କ ମିଳିତ ସହଯୋଗରେ ତୃତୀୟ ବାର୍ଷିକ ରକ୍ତଦାନ ଶିବିର ଦଧିବାମନପୁର ଗ୍ରାମ ମା ଭୁଆସୁଣୀ ପୀଠରେ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇ ଏସସିବି ମେଡିକାଲ୍ ରକ୍ତ ଭଣ୍ଡାର ସହାୟତାରେ ୭୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଶ୍ରୀ ଗୋପାଳ କନଷ୍ଟ୍ରକସନର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବେଣ୍ଟକାର ଫାଣ୍ଡି ଅଧିକାରୀ ଜୟକୃଷ୍ଣ ବେହେରା,ଗ୍ରାମ ଅଧିକାରୀ କୃଷ୍ଣ ଚନ୍ଦ୍ର ଦାଶ,ମହନ୍ତ ଦୁର୍ୟୋଧନ ପଣ୍ଡା ଏବଂ ଉତ୍କଳ ବିକାଶ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦାନ କରି ରକ୍ତଦାତା ଓ ସଂଘର କାର୍ୟ୍ୟକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.