Sunday , October 1 2023
Home / ବିଶେଷ / ଯୁବ ସମାଜସେବୀ ସଞ୍ଜୟ ସାହୁ ପାଇଲେ ସରସ୍ଵତୀ ସେବା ପ୍ରତିଭା ସମ୍ମାନ – ୨୦୨୧  

ଯୁବ ସମାଜସେବୀ ସଞ୍ଜୟ ସାହୁ ପାଇଲେ ସରସ୍ଵତୀ ସେବା ପ୍ରତିଭା ସମ୍ମାନ – ୨୦୨୧  

 କଟକ, ୧୭/୦୮/୨୦୨୧(ଓଡ଼ିଶା ସମାଚାର)-  ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ଓ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା  ପକ୍ଷରୁ କଟକ ସଦର ବ୍ଲକ କନ୍ଦରପୁର କଳା ପରିଷଦ କାର୍ଯ୍ୟାଳୟରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇ ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନାଟ୍ୟକାର ଆଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି,କନ୍ଦରପୁର ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ମେଡିକାଲ୍ ଅଫିସର ସଂଜିବ ମହାନ୍ତି, ସମାଜସେବୀ ଅଭିରାମ ସାହୁ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇଂ.ଆଶୋକ ବିଶ୍ଵାଳ,ରୁଦ୍ର ନାରାୟଣ ଦାସ,ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ନେଇ ୨୦ ଜଣ ଗଣମାଧ୍ୟମ ପ୍ରତିନଧି ଏବଂ ସମାଜସେବା କ୍ଷେତ୍ରରେ ସମାଜସେବୀ ପ୍ରଭାତ କୁମାର ଖଟୁଆ,ଇଂ.ବସନ୍ତ କୁମାର ରାଉତ, ଯୁବ ସମାଜସେବୀ ସଞ୍ଜୟ ସାହୁ,ସଚ୍ଚିଦାନନ୍ଦ ବାରିକ,ଭାସ୍କର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ଦଇତାରି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *