Wednesday , December 8 2021
Home / ବିଶେଷ / ଭୁବନ ର ବିଭିନ୍ନ ସ୍ଥାନରେ ରେ ୭୫ ତମ ସ୍ୱାଧିନତା ଦିବସ ପାଳିତ

ଭୁବନ ର ବିଭିନ୍ନ ସ୍ଥାନରେ ରେ ୭୫ ତମ ସ୍ୱାଧିନତା ଦିବସ ପାଳିତ

ଭୁବନ ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଭୁବନ ପଂଚାୟତ ସମିତି ତରଫରୁ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି କରି କହିଥିଲେ ଯେ,୭୫ ବର୍ଷ ପୂର୍ବେ ଆଜିର ଦିନରେ ଆମକୁ କଷ୍ଟଲବ୍ଧ ସ୍ୱାଧିନତା ମିଳିଥିଲା । ଗଣତନ୍ତ୍ରକୁ ରକ୍ଷା କରିବା ଆମର କାମ । ଭାରତ ଆଜି ସୁପରପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ ଦାରିଦ୍ର,ବେକାରୀ,ବେରୋଜଗାରୀ,ଦୁର୍ନୀତି ବିକାଶ ପଥରେ ପ୍ରତିବନ୍ଧକ ସାଜିଛି । ତେଣୁ ଆମକୁ ଦେଶପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ସିଡିପିଓ ପ୍ରମୋଦିନୀ ତ୍ରିପାଠୀ,ଯୋଗାଣ ନିରୀକ୍ଷକ ବାଢା ବେସ୍ରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଭୁବନ ତହସିଲ କାର୍ଯ୍ୟାଳୟ ପରିସରରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଜାତୀୟ ପତାକା ଉତୋଳନ କରି ମହାପୁରୁଷ ମାନଙ୍କୁ ମନେପକାଇ ଥିଲେ । ବରିଷ୍ଠକିରାଣୀ ସୁଧିର କୁମାର ପଣ୍ଡା,ନିରଞ୍ଜନ ଭୋଇ,ଅମିନ ରାକେଶ ପଣ୍ଡା,ସୁନାରାମ ତିରିଆ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭୁବନ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା,କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ,ଗୋଷ୍ଠୀ ସଙ୍ଗଠିକା ଜଲିତା ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏନଏସି ତରଫରୁ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରମେଶ କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ଡା.ମନୋଜ କୁମାର ମହାନ୍ତି,ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଭୁବନ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ରେଞ୍ଜର ଅନିତା ସେଠୀ ଜାତୀୟ ପତାକା ଉତୋଳନ କରିଥରବା ବେଳେ ଫରେଷ୍ଟର କବିତା ବିଶ୍ୱାଳ ,ଫରେଷ୍ଟଗାର୍ଡ ମମତା କଅଁର,ସ୍କ୍ୱାର୍ଡ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଭୁବନର ସର୍ବପୁରାତନ ନୃତ୍ୟ ସଙ୍ଗୀତ ବିଦ୍ୟାଳୟ ମୀରାବାଇ କଳା ବିକାଶ କେନ୍ଦର ଠାରେ ୭୫ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଚିତ୍ରଶିଳ୍ପୀ ନାରାୟଣ ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । କଳାବିକାଶ କେନ୍ଦ୍ରର ମୁଖ୍ୟ ପରିଚାଳକ ଭଗବାନ ଗୁରୁ ଙ୍କ ସମେତ ଶାନ୍ତନୁ ଦାଶ ଯୋଗଦେଇଥିଲେ । କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥରଲା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ଭୁବନ ଥାନାରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ । ଏସଆଇ ସୁକାନ୍ତି କେରକଟା,ଧିରେନ ସ୍ୱାଇଁ,ଏଏସଆଇ ଦିନବନ୍ଧୁ ପ୍ରଧାନ,ପ୍ରଭାତ ରାଉତ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଭୁବନର ସମସ୍ତ ସରକାରୀ ,ବେସରକାରୀ ସ୍କୁଲ,କଲେଜ,ବଣିକ ସଂଘ,ବ୍ୟାଙ୍କ ରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *