Tuesday , March 28 2023
Breaking News
Home / କ୍ରୀଡ଼ା / ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର,୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ । ବିମାନବନ୍ଦରରେ ଟିମ୍ ପହଂଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦେଇଥିଲେ । ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ୟ୍ୟନ୍ତ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଖେଳାଳିଙ୍କୁ ଓଡ଼ିଶା ମାଟିରେ ସ୍ବାଗତ ପାଇଁ ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟର  ଛାଇ ହୋଇଛି । ଉଭୟ ଦଳର ପ୍ରାୟୋଜକ ଥିବା ହୋଟେଲ୍ ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ବିଭିନ୍ନ ପ୍ରକାର ବାଜା ଓ ବାଣ ଶବ୍ଦ ରେ ରାଜଧାନୀର ରାସ୍ତା ପ୍ରକମ୍ପିତ ହୋଇ ଉଠିଥିଲା । ହକି ଟିମ୍ ଏୟାରପୋର୍ଟରୁ ଆସି ହୋଟେଲ୍ ରେ ପହଞ୍ଚିବା ଆଉ ଫେରିବା ପର୍ୟ୍ୟନ୍ତ ଯେପରି କୌଣସି ପ୍ରକାର ସମସ୍ୟା ନ ଉପୁଜେ, ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା  କରାଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published.