Tuesday , October 3 2023
Breaking News
Home / ରାଜନୀତି / ଜିଲ୍ଲା ବିଜେଡି ବ୍ଲକ ସଭାପତି ଓ ପରିଷଦ ଜୋନ୍ ସ୍ତରୀୟ ସଂଯୋଜକ କମିଟି କର୍ମଶାଳା ଅନୁଷ୍ଠିତ

ଜିଲ୍ଲା ବିଜେଡି ବ୍ଲକ ସଭାପତି ଓ ପରିଷଦ ଜୋନ୍ ସ୍ତରୀୟ ସଂଯୋଜକ କମିଟି କର୍ମଶାଳା ଅନୁଷ୍ଠିତ

ପାରାଦୀପ ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପରେ ବିଜେଡି ଜିଲ୍ଲା ସ୍ତରୀୟ ବ୍ଲକ ସଭାପତି ଓ ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ସଂଯୋଜକ କମିଟି କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଯୋଗଦେଇ ଜୋନ୍ ସ୍ତରୀୟ ସଂଯୋଜକ ମାନଙ୍କୁ ଦଳର ଆଭିମୁଖ୍ୟ ଓ ସେମାନଙ୍କ କାର୍ଯ୍ୟ ସଂପର୍କର୍ରେ ଅବଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲ୍ିକଙ୍କ ସମେତ ବହୁ ଦଳୀୟ ନେତୃତ୍ୱ ଯୋଗ ଦେଇଥିଲେ । ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ସୁଦୃଢ କରିବା ସହିତ ଜିଲ୍ଲାର ସମସ୍ତ ୨୬ଟି ଜିଲ୍ଳା ପରିଷଦ ଜୋନ କୁ ଅକ୍ତିଆର କରିବା ପାଇଁ ପଂଚାୟତ ସ୍ତରୀୟ ଓ ୱାର୍ଡ ସ୍ତରୀୟ କମିଟି ଗଠନ କରାଯିବାକୁ ଏହି ବୈଠକରେ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ କାମ କରିବାକୁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ । ତେବେ ଏଥର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋକସରେ ରଖି କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଥିବା ବେଳେ ନିଜ ପାଇଁ ନୁହେଁ ଦଳ ପାଇଁ କାମ କାରାଯିବାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ସମୀର ରଂଜନ ଦାସ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *