ରଘୁନାଥପୁର , ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଛପଡ଼ା ପ୍ରାଥମିକ କୃଷି ସମବାୟ ସମିତିରେ ଚଳିତ ବର୍ଷ ସାର ମିଳୁନାହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା ଛପଡ଼ା, ଏରଡ଼ଙ୍ଗା, ବିଦ୍ୟାଧରପୁର ଅଂଚଳର ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଫେଡ଼ ଗୋଦାମରେ ସାର ଗଛିତ ଥିବାବେଳେଏଠାରେ ସାର ମିଳୁନାହିଁ । ସମିତିର ସମ୍ପାଦକ ନିଜ ମନ ଇଛା କାମ କରୁଛନ୍ତି । ତାଙ୍କ ଇଛା ହେଲେ ଅଫିସ ଆସନ୍ତି ନହେଲେ ନାହିଁ । ସମବାୟ ସମିତିରେ ସାର ମିଳୁନଥିବାରୁ ୩ ଗୋଟି ପଂଚାୟତର ଚାଷୀମାନେ କଳାବଜାର ରୁ ସାର କିଣିବାକୁ ବାଧ୍ୟ ହେବା ସହିତ ୫ କିମି ବାଟ ପରିଶ୍ରମ କରୁଛନ୍ତି ଏବଂ ଆର୍ଥିକ କ୍ଷତି ସହୁଛନ୍ତି । ସ୍ଥାନୀୟ ଚାଷୀମାନେ ବାରମ୍ବାର ସମିତିକୁ ଦଉଡ଼ୁଥିଲେ ବି ତାଙ୍କ କଥା କେହୀ ଶୁଶୁନଥିବା ସେମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ବିହିତ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରିବାକୁ ଚାଷୀ ତାପସ ପାତ୍ର, ବିଶ୍ୱଜିତ ପାତ୍ର, ରଜନୀକାନ୍ତ ରାୟ,ଦିଲିପ କୁମାର ସ୍ୱାଇଁ,ଖୋକନ ରାୟ,ନୀରାକାର ଖୁଂଟିଆ, ରମେଶ ଦାସ, କେଦାର ସାହୁ, ମଳୟ ମିଶ୍ର, ଅକ୍ଷୟ ମିଶ୍ର ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର