Tuesday , December 7 2021
Home / ବିଶେଷ /     ଗୋରଖନାଥ ପୀଠରେ କରୋନା କଟକଣା ବାଟବଣା 

    ଗୋରଖନାଥ ପୀଠରେ କରୋନା କଟକଣା ବାଟବଣା 

ରଘୁନାଥପୁର,୧୭/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ଗୋରଖନାଥ ପୀଠରେ କରୋନା କଟକଣା ବାଟବଣା ହୋଇଛି । ଏହି କଟକଣା ପାଇଁ ଦୀର୍ଘ ୪ ମାସ ଧରି ବନ୍ଦ ରହିଥିବା ଗୋରଖନାଥ ମନ୍ଦିରକୁ ପ୍ରଶାସନ  କଟକଣା ମଧ୍ୟରେ ଖୋଲିବାକୁ ନିଷ୍ପତି ହୋଇଥିବାବେଳେ ମନ୍ଦିର ଖୋଲାଯାଇଛି ।  ତେବେ ପ୍ରତ୍ୟେକ ଶ୍ରାବଣ ମାସରେ ଏଠାରେ ଜିଲା ତଥା ଜିଲା ବାହାରୁ ମାନସିକଧାରୀମାନେ ପାଣି ଢ଼ାଳିବା ପାଇଁ ଭିଡ଼ ଜମାଇଥାନ୍ତି । ତେବେ ଚଳିତ ବର୍ଷ ଏସବୁକୁ ବାରଣ କରାଯାଇଥିଲେ ମଧ୍ୟ ସରକାରଙ୍କ ନୀୟକ  କେହି ମାନୁନଥିବା ଦେଖିବାକୁ ମିଳିଛି । ଆଜି ଶ୍ରାବଣ ମାସ ସଂଙ୍କ୍ରାନ୍ତି ହୋଇଥିବାରୁ ହଜାରେ ସଂଖ୍ୟାରେ ଭକ୍ତ ମନ୍ଦିର ପରିସରରେ ପ୍ରଭୁଙ୍କ ଦର୍ଶନ କରିଥିଲେ ବି ଜଣେ ହେଲେ ବି ଭକ୍ତ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିନଥିଲା । ମନ୍ଦିରର କୌଣସି ଠାରେ ସାନିଟାଇଜେସନ୍ , ହାତ ଧୋଇବା ପାଇଁ ସାବୁନ୍,  କିମ୍ବା ସାମାଜିକ ଦୂରତା ରକ୍ଷା କରାଯାଇନଥିବା ଦେଖିବାକୁ ମିଳିଥିଲା ।  ସମସ୍ତେ ନିଜ ନିଜ ରୋଜଗାର ରେ ବ୍ୟସ୍ତ ଥିବାବେଳେ ସରକାର ଙ୍କ ନୀୟମକୁ କେହି ପାଳନ କରୁନଥିବାରୁ ସାଧାରଣରେ ଅସନ୍ତୋଷ ବ୍ୟକ୍ତପାଇଥିଲା । ସେଠାରେ ସରକାରଙ୍କ ନୀୟମ କାର୍ଯ୍ୟକାରୀ କରିବା ପାଇଁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ପୋଲିସ କୁ ଦେଖିବାକୁ ମିଳିନଥିଲା ।  ଏସବୁକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାପାଳ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *