ଗରଦପୁର ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଧାନମଣ୍ଡଳସ୍ଥିତ କଲ୍ୟାଣ ମଣ୍ଡପ ରେ ଅଂଚଳର ବିଶିଷ୍ଟ ପାଲା ଗାୟକ ,ଗାୟକ ଭୁଷଣ ଗୋପବନ୍ଧୁ ନାଥ ଙ୍କର ୮୨ତମ ଜନ୍ମ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ସମାଜସେବୀ କେଦାରନାଥ ସାମନ୍ତରାୟ ସଭାପତିତ୍ୱ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ବିକାଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଗାୟକ ଭୁଷଣ ଶ୍ରୀ ନାଥଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା, କଳା ବିଷାରଦ ଶଶିଭୁଷଣ ମହାନ୍ତି , ଶିକ୍ଷକ ଅଲେଖ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ନାଥ ଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ପାଲା ପରିବେଷଣରେ ତାଙ୍କର ସ୍ୱତନ୍ତ୍ର ଶୈଳି ଓ ତାଙ୍କ ରଚିତ କବିତା ଗୁଛ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର