ପାଟକୁରା, ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଗରଦପୁର ସପ୍ତାହିକ ହାଟ ଗହଳି ମଧ୍ୟରୁ ମୋଇବାଇଲି ଚୋରି କରି ଚମ୍ପଟ ମାରୁଥିବା ଜନୈକ ବାଳକକୁ (୧୪) ଲୋକମାନେ କବୁ କରି ପାଟକୁରା ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ଗରଦପୁର ହାଟରେ ପାଖଡ ନୂଆପଡା ଗ୍ରାମର ଅନ୍ତର୍ଯ୍ୟାମି ଆଚାର୍ଯ୍ୟ , ନଇନ୍ଦିପୁର ଗ୍ରାମର ରଂଜନ କୁମାର ସ୍ୱାଇ ଁ ହାଟରୁ ପନିପରିବା କିଣୁଥିବା ବେଳେ ଅଳ୍ପକିଛି ସମୟ ବ୍ୟବଧାନରେ ପୃଥକ ପୃଥକ ସ୍ଥାନରେ ସେମାନଙ୍କର ଉପର ପ୍ୟାକେଟରେ ଥିବା ମୋବାଇଲ ଚୋରି ହୋଇଯାଇଥିଲା । ଏହି ଅଭିଯୁକ୍ତ ବାଳକ ଟି ଶ୍ରୀ ଆଚାର୍ଯ୍ୟ ଙ୍କ ମୋବାଇଲ ଚୋରି କରି ନେଇ ପଳାଇଯାଉଥିବା ସମୟରେ ସେ ଜାଣିପାରି ତାର ପିଛା କରିଥିଲେ । ହଠାତ ବାଳକ ଟି ହାଟ ମଧ୍ୟରେ ବାଇକ ଉପରେ ନାଲି ହେଲମେଟ ଦେଇ ବସିଥିବା ଅନ୍ୟଜଣେ ବ୍ୟକ୍ତି ଙ୍କୁ ମୋବାଇଲ ହସ୍ତାନ୍ତର କରି ଅନ୍ୟତ୍ର ଦୌଡି ପଳାଇଯାଉଥିବା ବେଳେ ହାଟଚାଳିଆରେ ତାର ମୁଣ୍ଡ ବାଜିବାରୁ ସେ ପଡିଯାଇଥିଲା ।ମୋବାଇଲ ମାଲିକ ଶ୍ରୀ ଆଚାର୍ଯ୍ୟ ଓ ଅନ୍ୟମାନେ ଏହି ଅଭିଯୁକ୍ତ ବାଳକକୁ କାବୁକରିଥିଲେ । କିନ୍ତୁ ନାଲି ହେଲମେଟ ପିନ୍ଧିଥିବା ବ୍ୟକ୍ତି ଟି ସେ ସ୍ଥାନ ଛାଡି ପଳାଇଯାଇଥିଲା ।ଲୋକମାନେ କାବୁକରିଥିବା ସପୃକ୍ତ ବାଳକ ଟି ଇତି ମଧ୍ୟରେ ବିଭିନ୍ନ ହାଟରୁ ୬୦ ଟି ମୋବାଇଲ ଚୋରି କରିଛି ବୋଲି ଲୋକମାନଙ୍କ ପାଖରେ ସ୍ୱିକାର କରିଥିଲା । ଅଭିଯୁକ୍ତ ବାଳକଟିର କଥାବାର୍ତାରୁ ସେ ଅଣ ଓଡିଆ ବୋଲି ଜଣାପଡିଛି । ଘଟଣାସ୍ଥାଳରୁ ମୋବାଇଲ ନେଇ ବାଇକରେ ପଳାଇଥିବା ବ୍ୟକ୍ତି ତାର ବାପା ଅଟନ୍ତି । ସେମାନେ କେନ୍ଦ୍ରାପଡା ସହରର ଗୋପରେ ରହୁଥିବା ଲୋକମାନଙ୍କ ନିକରେ ପ୍ରକାଶ କରିଥିଲା । ଖବର ପାଇଲା ପରେ ଥାନା ଏଏସଆଇ ଯୁଧିଷ୍ଟିର ସାହୁ ଗରଦପୁର ହାଟକୁ ଯାଇ ଲୋକମାନଙ୍କ କବ୍ଚାରେ ଥିବା ଅଭିଯୁକ୍ତ ବାଳକକୁ ଧରି ଥାନାକୁ ଆଣି ପଚାରାଉଚୁରା ଜାରିରଖିଛନ୍ତି । ଏ ସମ୍ପର୍କରେ ମୋବାଇଲ ଚୋରୀ ହୋଇଥିବା ପାଖଡ ନୂଆପଡା ଗ୍ରାମର ଶ୍ରୀ ଆଚାର୍ଯ୍ୟ ଓ ନଇନ୍ଦିପୁର ଗ୍ରାମର ଶ୍ରୀ ସ୍ୱାଇଁ ଥାନାରେ ଦୁଇଟି ଏତଲା ଦେଇଛନ୍ତି । ପାଟକୁରା ଥାନା ପୋଲିସ ତଦନ୍ତ ଜାରିରଖିଛି । ଓଡ଼ିଶା ସମାଚାର