Tuesday , October 3 2023
Breaking News
Home / ବିଶେଷ / ଗଛ ଡାଳ ଭିତରେ ବିଜୁଳି ଆଳୁଅ- କାଟିବାକୁ ପୌର ପାଳିକା ର ନିଘା ନାହିଁ

ଗଛ ଡାଳ ଭିତରେ ବିଜୁଳି ଆଳୁଅ- କାଟିବାକୁ ପୌର ପାଳିକା ର ନିଘା ନାହିଁ

ପାରାଦୀପ ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଓଡିଶା ର ଗର୍ବ ଓ ଗୌରବ ପାରାଦୀପ ବନ୍ଦର । ଏହି ବନ୍ଦର ସହର ରେଥିବା ବିଜୁଳି ଖୁଂଟି କୁ ଘେରି ରହିଛି ବଡ ବଡ ଗଛ । ସଂଧ୍ୟା ହେଲେ ଏହି ବିଜୁଳି ଖୁଂଟିରେ ଲାଇନ୍ ଆସେ ଅନ୍ଧାର ଦୂର କରିବା ପାଇଁ । ହେଲେ ଏହି ଆଲୁଅ ରାସ୍ତା ଉପରେ ପଡେ ନାହିଁ । ଅନ୍ଧାର ଦୂର ହବ କଣ ଗଛ ର ଡାଳ ପତ୍ର ଭିତରେ ଆଲୁଅ ହଜିଯାଉଛି । ଏହି ରାସ୍ତା ରେ ଯିବା ଆସିବା କରୁଥିବା କୋମଳମତି ଛାତ୍ରଛାତ୍ରୀମାନେ ଅନ୍ଧାର କୁ ଦେଖି ଡରୁଛନ୍ତି । ଏହି ସବୁ ସ୍ଥାନ ଦେଇ ଟ୍ୟୁସନ୍ ରୁ ଘରକୁ ଫେରିବାକୁ ନିରାପଦ ମଣୁ ନାହାନ୍ତି ଛାତ୍ରଛାତ୍ରୀମାନେ । ଅନ୍ଧାର ର ସୁଯୋଗ ନେଇ ଏହି ସବୁ ସ୍ଥାନ ମାନଙ୍କ ରେ ଛିନତାଇ ମଧ୍ୟ ହେଉଛି । ଏଥି ପାଇଁ କାହାରି ନିଘା ନାହିଁ । ପାରାଦୀପ ପୌରପାଳିକା ର ଗଛ ଡାଳ କାଟିବା ପାଇଁ କଟର ରହିଥିବା ବେଳେ ପୌରପାଳିକା ପକ୍ଷରୁ ଏହା କୁ କଟାଯାଉନାହିଁ । ପୌରପାଳିକା ପାରାଦୀପର ସମସ୍ତ ବସ୍ତି ଅଂଚଳ ସମେତ କଲୋନୀମାନଙ୍କ ରୁ ସଫେଇ ଦେୟ ଆଦାୟ ହେଉଛି । ହେଲେ କଲୋନୀ ର ରାସ୍ତାମାନଙ୍କ ରେ ଥିବା ବିଜୁଳି ଖୁଂଟ ଗୁଡିକ ଉପରେ ମାଡିଯାଇଥିବା ଗଛ ଡାଳ ଗୁଡିକୁ କାଟିବାକୁ ପୌରପାଳିକା ଗୁରୁତ୍ୱ ନ ଦେବା ସାଧାରଣ ରେ ନିରୁଶ୍ଚାୟିତ କରିଛି । ଜନସାଧାରଣଙ୍କୁ ସେବା ଯୋଗାଣକାରୀସଂସ୍ଥା ପାରାଦୀପ ପୌରପାଳିକାର ଏଭଳି ନାକାରାତ୍ମକ କାର୍ଯ୍ୟ ଧିରେ ଧିରେ ଜନ ଅସନ୍ତୋଷ ବଢିବା ରେ ଲାଗିଲାଣି । ନିର୍ବାଚିତ ପୌରପାଳିକା ଥିବା ସମୟ ରେ ପ୍ରତିଟି କାର୍ଯ୍ୟ କୁ ଗୁରୁତ୍ୱ ଦିଆଯାଉଥିଲା । ୨୦୨୦ ମସିହା ଏପ୍ରିଲ ମାସ ୧୭ ତାରିଖ ରେ ନିର୍ବାଚିତ ପରିଷଦ ର କାର୍ଯକାଳ ସରିବା ପରେ ପାରାଦୀପ ସହର ର ସୌନ୍ଦର୍ଯ୍ୟ, ପରିମଳ ସେବା ଆଦି ସଂପୂର୍ଣ୍ଣ ଭାବେ ଭୁସୁଡି ପଡିଲାଣି । ପାରାଦୀପ ବନ୍ଦର ପକ୍ଷରୁ ସବୁ ରାସ୍ତାମାନଙ୍କ ରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଅଧିକ ସ୍ୱଛ ଆଲୋକ ଦେବା ପାଇଁ ପୁରୁଣା ବଲ୍ ଗୁଡିକ ଖୋଲି ସେହି ସ୍ଥାନ ରେ ନୂଆ ଏଲ୍.ଇ.ଡି. ବଲ୍ୱ ଲଗାଇଛନ୍ତି  । ହେଲେ ଗଛଡାଳ ମଝି ରେ ରହି ଲାଇଟ୍ ଥାଇ ବି ନଥିଲା ଭଳି ହେଉଛି । ଏହି ଗଛ ର ଡାଳ ଗୁଡିକୁ ଯଦି ନିୟମିତ ବ୍ୟବଧାନ ରେ ପୌରପାଳିକା ପକ୍ଷରୁ କଟାଯାଆନ୍ତା ତେବେ ସହରବାସୀ ସ୍ୱଛ ଆଲୋକ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେମତ ଦେଉଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *