Sunday , March 26 2023
Breaking News
Home / ବିଶେଷ / କୋରୁଆ ହାଇସ୍କୁଲ ୧୯୮୩ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ପକ୍ଷରୁ ମାଟ୍ରିକ୍ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କୋରୁଆ ହାଇସ୍କୁଲ ୧୯୮୩ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ପକ୍ଷରୁ ମାଟ୍ରିକ୍ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ପାଟକୁରା, ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସାନଅଢଙ୍ଗା ଗ୍ରାମ ପଂଚାୟତ ସ୍ଥିତ କୋରୁଆ ସରକାରୀ ହାଇସ୍କୁଲର ୧୯୮୩ ମାଟ୍ରିକ ବ୍ୟାଚ୍ ଛାତ୍ର ସଂଗଠନ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ବ୍ଲକ୍ ମାଟ୍ରିକ ଟପ୍ପର ଏବଂ ବିଦ୍ୟାଳୟ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶଥାଉକି ୨୦୨୧ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ର ଆଶୁତୋଷ ସାହୁ ୬୦୦ ରୁ ୫୬୦ ନମ୍ବର ଏବଂ ପାଟକୁରା ହାଇସ୍କୁଲର ଛାତ୍ରୀ ଯାଜ୍ଞସେନୀ ସିଂହ ୬୦୦  ରୁ ୫୬୦ ନମ୍ବର ରଖି ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହେବା ସହିତ ଗରଦପୁର ବ୍ଲକ୍ର ଯୁଗ୍ମ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେହିପରି କୋରୁଆ ସରକାରୀ ହାଇସ୍କୁଲର ଛାତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ୬୦୦ ରୁ ୫୪୬ ନମ୍ବର ରଖି ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହେବା ସହିତ କୋରୁଆ ହାଇସ୍କୁଲ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ତାଙ୍କର ଏହି ଗୌରବ ପାଇଁ ୧୯୮୩ ମାଟ୍ରିକ ବ୍ୟାଚ୍ ଛାତ୍ର ସଂଗଠନ ପକ୍ଷରୁ ତାଙ୍କୁ ମିଷ୍ଟାନ୍ନ ଖୁଆଇବା ସହିତ ପୁଷ୍ପଗୁଚ୍ଛ, ଉତରୀୟ, ଫଳଚାରା, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କୋରୁଆ ସରକାରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନୃସିଂହ ଚରଣ ସ୍ୱାଇଁ ଏବଂ ବିଦ୍ୟାଳୟର ଅବସରପ୍ରାପ୍ତ ବୟୋଜ୍ୟେଷ୍ଠ ଶିକ୍ଷକ ରବିନ୍ଦ୍ରନାଥ ଦ୍ୱିବେଦୀ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତରୋତର ଉନ୍ନତି କାମନା କରିଥିଲେ । ଗତବର୍ଷ ଠାରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ବ୍ଲକ୍ ଟପ୍ପର ଏବଂ ହାଇସ୍କୁଲ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଛାତ୍ର ସଂଗଠନ ତରଫରୁ ପ୍ରକାଶ କରାଯାଇଛି । ଏହି ସମ୍ବର୍ଦ୍ଧନା ସମୟରେ କୋରୁଆ ହାଇସ୍କୁଲର ୧୯୮୩ ମାଟ୍ରିକ୍ ବ୍ୟାଚ୍ ଛାତ୍ର ସଂଗଠନ ପକ୍ଷରୁ ଧିରେନ୍ଦ୍ର ମିଶ୍ର, ପ୍ରଭାତ ମିଶ୍ର, ଦିବାକର ସାହୁ, କାଳନ୍ଦୀ ଚରଣ ସାହୁ, ତପନ କୁମାର ନାୟକ, ପ୍ରଦୀପ କୁମାର ନାୟକ, ସୁରେନ୍ଦ୍ର କୁମାର ପୃଷ୍ଟି, ପ୍ରକାଶ ସୂତାର, ପ୍ରଦୀପ୍ତ ନାୟକ, ମୁରଲୀଧର ଜେନା, ଭାଗିରଥି ବେହେରାଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ମିଶ୍ର, ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ବିଶ୍ୱାଳ, ସୌମେନ୍ଦ୍ର ସେଠୀ, ଶିକ୍ଷୟିତ୍ରୀ ସଂଯୁକ୍ତା ନାୟକ, ଶୁଭ୍ରାଲିନ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ଅତିଥି ଏବଂ ପ୍ରାକ୍ତନ ଛାତ୍ରମାନେ ଚାରାରୋପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.