Saturday , June 25 2022
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ୭୫ ତମ ସ୍ୱାଧୀନତା  ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ୭୫ ତମ ସ୍ୱାଧୀନତା  ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୭/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଆଶୁତୋଷ ମହାନ୍ତି ଜାତୀୟ ପତାକା ଉତୋଳନ କରିଥିଲେ । ଭାରତର ଏକତା, ସଂହତି ଓ ଅଖଣ୍ଡତା ରକ୍ଷା  ସହିତ ଆମ ଜିଲ୍ଳା ଏବଂ ରାଜ୍ୟକୁ ଅଗ୍ରଣୀ ଜିଲ୍ଲା ଭାବେ ଗଢିତୋଳିବା ନିମନ୍ତେ ସମସ୍ତେ ଆନ୍ତରିକ ଉଦ୍ୟମ କରିବା ଆବଶ୍ୟକ ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ । ଦେଶର ସ୍ୱାଧୀନତା ପାଇଁ  ଯେଉଁ ମହାମନିଷିମାନେ ଅଗ୍ରଣୀ  ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧି, ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଧାର  ବଲ୍ଲଭଭାଇ ପଟେଲଙ୍କର ଭୂମିକା ଅତୁଳନୀୟ ଥିଲା  । ଏହି ଉତ୍ସବରେ  ଜିଲ୍ଲାଦୌରାଜଜ, ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସମସ୍ତ ଜଜମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସମ୍ପାଦକ ସେକ  ଅଜିମୁଦ୍ଧିନ, କୋଷାଧ୍ୟକ୍ଷ ନିରାକର ପ୍ରଧାନ, ଗଗନ ବିହାରୀ ଜେନା, ସଂଜୟ କୁମାର ଜେନା, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଗୋବର୍ଦ୍ଧନ  ରାଉତ, ଗୋକୁଳରଞ୍ଜନ ଦାସ, ପ୍ରମୋଦ ଅଧିକାରୀ, ସୁଧାଂଶୁ  ମହାପାତ୍ର, ଗଙ୍ଗା ସାହୁ, ବିଭୁତି କର, ରମଣୀ ରଞ୍ଜନ ରାଉତରାୟ, ଚିତ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *