ଗରଦପୁର ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମର ପ୍ରମିଳା ହୋତା କର୍କଟ ରେ ପିଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ନିକଟରେ ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ପହଂଚି ପିଡ଼ିତ ପରିବାରକୁ ଶାନ୍ତ୍ୱନା ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ତାଙ୍କ ନିକଟରେ ସ୍ୱାମୀ ଧୃବ ଚରଣ ହୋତା,ପାରେଶ୍ୱର ସାହୁ, ଦିବାକର ହୋତା, ରାଜେସ ହୋତା, ଗୀତାଂଜଳୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର