Tuesday , December 6 2022
Home / ବିଶେଷ / ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

 

କେନ୍ଦ୍ରାପଡ଼ା, ୧୭/୦୮/୨୦୨୧(ଓଡ଼ିଶା ସମାଚାର)- ୭୫ତମ ସ୍ୱାଧୀନତା ଦିବସ ଅବସରରେ ଗରାପୁରସ୍ଥିତ ଭି.ଆଇ.ପି. ରୋଡର ମା ମଙ୍ଗଳା ଛକରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସଭାପତି ସୁଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଅବସରପ୍ରାପ୍ତ ଯୋଜନା ଅଧିକାରୀ ନିର୍ମଳ ମିଶ୍ର ଜାତୀୟ ପତାକା ଉତୋଳନ କରିଥିଲେ । ସମାଜସେବୀ ଜଗତଜୀବନ ଦାଶ, ଶିକ୍ଷାବୀତ କାଶିନାଥ ରାଉତରାୟ, ନରୋତମ ଜେନା, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ଧରଣୀଧର ସାହୁ, ରାଜେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଜାତୀୟ ପତାକାକୁ ସମ୍ମାନ ଜଣାଇ ବକ୍ତବ୍ୟ ରଖିଥିଲେ । ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକୋଲେଟ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.