Saturday , June 25 2022
Home / ବିଶେଷ / ୨୧ନମ୍ବର ୱାର୍ଡରେ  ସ୍ୱାଧୀନତା ଦିବସ ପାଳିତ

୨୧ନମ୍ବର ୱାର୍ଡରେ  ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଳର ୨୧ନମ୍ବର ୱାର୍ଡ ଅନ୍ତର୍ଗତ କଜଳା ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସମାଜସେବୀ ତଥା ଯୁବ ସାମ୍ବାଦିକ ମହେଶ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ପରେ ସ୍ଥାନୀୟ କଲୋନୀର ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକଲେଟ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନର ବିଷ୍ଣୁପ୍ରିୟା କର, ମୀନ ନୟନା ମଲ୍ଲିକ, ଅରୁନ୍ଧତି ପାଢୀ, ବାସନ୍ତୀ କର, ଚିନ୍ମୟୀ ଭଦ୍ର, ରଶ୍ମିତା ପଣ୍ଡା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *