Tuesday , March 28 2023
Home / ବିଶେଷ / ହୋଟେଲ ଗ୍ରାଣ୍ଡ ମୟୁରୀ ଉଦଘାଟିତ

ହୋଟେଲ ଗ୍ରାଣ୍ଡ ମୟୁରୀ ଉଦଘାଟିତ

କେନ୍ଦ୍ରାପଡ଼ା, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକରୁ ଗରାପୁର ରାସ୍ତାର ରଣପଡା ଠାରେ ହୋଟେଲ ଗ୍ରାଣ୍ଡ ମୟୁରୀ ଉଦଘାଟିତ ହୋଇଯାଇଛି । ହୋଟେଲର ମାଲିକଙ୍କ ମା ତଥା ବିଶିଷ୍ଟ ବ୍ୟବସାୟୀ ମୀର ସେକ ହାଜି ରହେମତ ଅଲ୍ଲୀଙ୍କ ପତ୍ନୀ ବଦରୁନ ନିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୋଟେଲ ଗ୍ରାଣ୍ଡ ମୟୁରୀକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ ଯୁବ ଉଦ୍ୟୋଗୀ ମୀର ଅଖତର ଅଲ୍ଲୀ, ପରୱିନ ବାନୁ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ଅବଦୁଲ ସଲୀମ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହୋଟେଲ ବିଲଡିଂ ପରିସରରେ ୨ଟି ଅତ୍ୟାଧୁନିକ ତଥା ସୁସଜ୍ଜିତ ମଣ୍ଡପ, ରେଷ୍ଟୁରାଂଟ, ଲଜ, କନଫରେନ୍ସ ହଲ ଓ ମୟୁର ଫେସନ(ଏନଏକ୍ସ) ଲୁଗାଦୋକାନ ପ୍ରଭୃତି ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.