Sunday , March 26 2023
Breaking News
Home / ବିଶେଷ / ସ୍ୱାଧୀନତା ଦିବସରେ ପପୁଲାର ନର୍ସିଂହୋମ ପକ୍ଷରୁ ରୋଗୀଙ୍କୁ ଫଳ ବିସ୍କୁଟ ବଂଟନ

ସ୍ୱାଧୀନତା ଦିବସରେ ପପୁଲାର ନର୍ସିଂହୋମ ପକ୍ଷରୁ ରୋଗୀଙ୍କୁ ଫଳ ବିସ୍କୁଟ ବଂଟନ

କେନ୍ଦ୍ରାପଡ଼ା, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ପପୁଲାର ନର୍ସିଂହୋମ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଫକିରୁଦ୍ଧିନ ଅହେମଦ ଜାତୀୟ ପତାକା ଉତୋଳନ କରିବା ପରେ କର୍ମଚାରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଅବସରରେ ନର୍ସିଂହୋମ ପକ୍ଷରୁ  ରୋଗୀମାନଙ୍କୁ ଏବଂ ନିକଟସ୍ଥ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେକ ମଞ୍ଜୁର ହୁସେନ(ବାବୁଲା), ଏହେସାନ ଉଲ କାଦିର(ଟିଆଭାଇ)ସେକ ସାହିଦ ହୁସେନ ପ୍ରମୁଖ ଯୋଗଦେଇ ନର୍ସିଂହୋମର ରୋଗୀମାନଙ୍କୁ ଏବଂ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.