Thursday , December 2 2021
Breaking News
Home / ବିଶେଷ / ସାଲେପୁର ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ସାଲେପୁର ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

 ସାଲେପୁର, ୧୬/୦୮/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – ସାଲେପୁର ସାମ୍ବାଦିକ ସଂଘ ପକ୍ଷରୁ ସାଲେପୁର କଲେଜ ରୋଡ ଠାରେ ଥିବା କାର୍ୟ୍ୟାଳୟ ପ୍ରାଙ୍ଗଣରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ  ବରିଷ୍ଠ ସାମ୍ବାଦିକ   ଅଭୟ ଜେନା ଜାତୀୟ ପତାକାଉତ୍ତୋଳନ କରିଥିଲେ  । ଆୟୋଜିତ ସ୍ବାଧୀନତା ଦିବସ  ଉତ୍ସଵ ରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,  ଆତ୍ମା ର ସଭାପତି ଦିଲ୍ଲୀପ ଦାଶ , ଉପାଧ୍ୟକ୍ଷ ରମେଶ ଜେନା  ଯୋଗ ଦେଇ ସ୍ୱାଧୀନତା ଦିବସ ର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରି ଥିଲେ। ବିଧାୟକ ବେହେରା କହିଥିଲେ ଯେ ରାଜ୍ୟ ତଥା ଅଂଚଳ ର ବିକାଶ ଦିଗରେ ସାମ୍ବାଦିକ ମାନଙ୍କର ବିଶେଷ ଭୂମିକା ରହିଛି । ଏହି ସମସ୍ତ କାର୍ୟ୍ୟକ୍ରମ ରେ ସଂଘ ର ସଦସ୍ୟ ବିସ୍ମିତ ଜେନା, ସାରଦା ପଣ୍ଡା, ତାରାକାନ୍ତ ନାୟକ, ମହେଶ୍ୱର ବେହେରା, ସୁବାଶିଷ ବସନ୍ତରାୟ, ବିନୟ ଦାଶ,ମନୋଜ ଆଚାର୍ୟ୍ୟ, ପ୍ରଦୀପ୍ତ ଶତପଥି, ରଞ୍ଜନ ଦାଶ,ସଂଯୁକ୍ତା ସାହୁ,ଅକ୍ଷୟ ଦାଶ, ତୁଷାର ଜ୍ୟୋତି ନାୟକ, ରଞ୍ଜନ ବାରିକ, ହେମନ୍ତ ଦାସ, ଅଭୟ ସାହୁ, ପୀତବାସ ରାଉତ, ଅଭିମନ୍ୟୁ ନାୟକ, ଅକ୍ଷୟ ଗୋଛୟତ, ଦିବାକର ରାଉତ, ଯୋଗେଶ୍ୱର ବିଶ୍ୱାଳ, ହରିହସାହୁ,ବାବୁଲି ବାରିକ, ତାପସ ଦାସ, ରବିନାରାୟଣ ପ୍ରଧାନ, ରାକେଶ ଭୂୟାଁ, ପତିତପାବନ ରାଉତ  ଆଶୁତୋଷ ନନ୍ଦ, ଏସ କେ ରହିମୁଦିନ ପ୍ରମୁଖ    ଯୋଗଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରି ଥିଲେ । ସାଲେପୁର ସାମ୍ବାଦିକ ସଂଘ ପକ୍ଷରୁ ମାଛୁଆତି ଠାରେ ଥିବା ଜରାନିବାସ ରେ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା ଓ ବୋଇଲ ସ୍ୱପ୍ନେସ୍ୱର ବାଳାଶ୍ରମ ରେ ସଂଘ ପକ୍ଷରୁ  ପିଲାମାନଙ୍କୁ ବିସ୍କୁଟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଓଡିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *