କେନ୍ଦ୍ରାପଡ଼ା, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମହାକାଳପଡା ବିକାଶ ମଂଚ ଓ ଇନ୍ଦୁପୁର ହାଇସ୍କୁଲର ୧୯୮୩ ବ୍ୟାଚ ସହପାଠୀମାନଙ୍କ ମିଳିତ ଉଦ୍ୟମରେ ଇନ୍ଦୁପୁର ହାଇସ୍କୁଲ ପରିସରରେ ବକୁଳ, କୃଷ୍ଣଚୂଡା, ରାଧାଚୂଡା ଓ କଲମି ଆମ୍ବ ପ୍ରଭୃତି ଗଛର ଚାରା ରୋପଣ କରାଯାଇଥିଲା । ବିକାଶ ମଂଚର ସଭାପତି ସାମାଜସେବୀ, ପରିବେଶବୀତ କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଇନ୍ଦୁପୁର ହାଇସ୍କୁଲର ୧୯୮୩ ବ୍ୟାଚର ଛାତ୍ର ଶଶୀଭୂଷଣ ପଣ୍ଡା, ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଣବ କୁମାର ଜେନା, ପ୍ରଭାତ କୁମାର ମହାରଣା, ପ୍ରାକ୍ତନ ସରପଂଚ ବିଜନ କୁମାର ମଲ୍ଲିକ, ଜ୍ଞାନେନ୍ଦ୍ର କୁମାର ବାରିକ, ପ୍ରଦୀପ କୁମାର ସାହୁ, ସେକ ମୋଇବୁର ରବ୍, ରାମନାରାୟଣ ସିଂହ, ଗୈାରାଙ୍ଗ ଚରଣ ସାହୁ, ପ୍ରକାଶ କୁମାର ଜେନା, ପ୍ରାକ୍ତନ ପ୍ରଦାନ ଶିକ୍ଷକ, ଦେବେନ୍ଦ୍ର ରାଉତ, ପରିଚାଳନା ସମିତି ସଭ୍ୟ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପର୍ଶୁରାମ ସ୍ୱାଇଁ, ଉପଦେଷ୍ଟା ତ୍ରିଲୋଚନ ଜେନା, ପରିବେଶବୀତ ବେଣୁଧର ନାୟକ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଗଛର ମଣିଷ ରୂପେ ପରିଚିତ ପରିବେଶବୀତ ବେଣୁଧର ନାୟକଙ୍କୁ ବିକାଶ ମଂଚର ସଭାପତି ଶ୍ରୀ ରାଉତରାୟ ଉତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଉଥିବା ସାମାଜିକ କର୍ମୀମାନଙ୍କୁ ବିକାଶ ମଂଚ ଆଗାମୀ ଦିନରେ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ପ୍ରେରଣା ଦେବ ବୋଲି ସଭାପତି ଶ୍ରୀ ରାଉତରାୟ କହିଥିଲେ । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …