ନିରାକାରପୁର, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅର୍ନ୍ତଗତ ଖଜୁରୀପଡ଼ା ମୌଜାରେ ଚାଲିଥିବା ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ନିରାକାରପୁର ପୋଲିସ ଅତିର୍କିତ ଚଢାଉ କରିଥିଲେ । ଏହି ଚଢାଉବେଳେ ପଥର ବୋଝେଇ ଗୋଟିଏ ଟ୍ରକ ନଂ( ଓଆର୦୯ ଏଫ ୯୪୫୨), ଦୁଇଟି ୪୦୭ ମିନିଟ୍ରକରୁ ଗୋଟିଏର ନଂ ( ଓଆର ୦୨ ବିଇ ୯୧୭୮ ) ଆଉ ଅନ୍ୟଟିର ନଂ( ଓଡ଼ି୦୨ ଏଭି ୨୩୦୧) ସହ ଦୁଇଟି ପାୱାର ଟିଲରକୁ ପୋଲିସ ଜବତ କରି ଥାନାରେ ରଖିଛି । ପ୍ରକାଶ ଥାଉ କି ଦୀର୍ଘ ବର୍ଷ ଧରି ଖଜୁରୀପଡ଼ା ଅଂଚଳରେ ବେଆଇନଭାବେ ବହୁସଂଖ୍ୟାରେ ପଥର ଖଣି ଖୋଳା ଯାଉଥିବାବେଳେ ପୋଲିସ ପକ୍ଷରୁ କାଁଭାଁ ଚଢାଉ ହେଉଥିଲା । ଏହି ଚଢାଉରେ ନିରାକାରପୁର ଆଇଆଇସି ଗୀତାଞ୍ଜଳୀ ନାୟକଙ୍କ ସମେତ ଏସଆଇ ବିଚିତ୍ରାନନ୍ଦ ପରିଡ଼ା, ଏଏସଆଇ ରୋହିତ କୁମାର ସେଠ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର