Tuesday , October 3 2023
Breaking News
Home / ବିଶେଷ / ବୃନ୍ଦାବନଚନ୍ଦ୍ର ଉଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ

ବୃନ୍ଦାବନଚନ୍ଦ୍ର ଉଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ

ରଘୁନାଥପୁର, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ସରକାରୀ ଉଚ ବିଦ୍ୟାଳୟରୁ ଗତ ଶନିବାର ରାତିରେ କମ୍ପ୍ୟୁଟର ଚୋରୀ ହୋଇଥିବା ରଘୁନାଥପୁର ଥାନାରେ ଅଭିଯୋଗ ହୋଇଛି । ସବୁଦିନ ପରି ଅପରାହ୍ନ ୪ ଟାରେ ସ୍କୁଲ ର କର୍ମଚାରୀମାନେ ଗେଟ ତାଲା ପକାଇ ଘରକୁ ଯାଇଥିବାବେଳେ ରବିବାର ଦିନ ଦେଖନ୍ତି ତ କମ୍ପ୍ୟୁଟର ରୁମ୍ ର ୨ ଟି ଯାକ ତାଲା ଭଙ୍ଗାଯାଇଥିଲାବେଳେ ଉକ୍ତ ରୁମ ରେ ଥିବା ୩ ଟି ମନିଟର ଓ ୨ ଟି ସିପିୟୁ ଚୋରୀ ହୋଇ ଯାଇଛି । ଏହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହୋଇଥିଲାବେଳେ ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ରୋଜି ରାଉତ ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ରଘୁନାଥପୁର ପୋଲିସ ଘଯଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ଚାଲୁ ରଖିଛନ୍ତି । ସୂଚନା ଯୋଗ୍ୟ କି ସ୍କୁଲ ରେ କେହି ରାତି୍ରି ଜଗୁଆଳି ନଥିବାରୁ ଏପରି ହୋଇଥିବା ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *