Monday , December 6 2021
Breaking News
Home / ବିଶେଷ / ନିରାକାରପୁରର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ନିରାକାରପୁରର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ନିରାକାରପୁର,୧୬/୦୮/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖଆଖ ଅଂଚଳରେ ସ୍ୱାଧୀନତା ଦିବସକୁ ସରକାରଙ୍କ କୋଭିଡ଼ ନିୟମ ମାନି ଅତି ନିରାଡ଼ମ୍ବରପୂର୍ଣ୍ଣଭାବେ ପାଳନ କରାଯାଇଛି । ନିରାକାରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ହୃଷିକେଶ ରାଉରାୟଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏହି ଅବସରରେ ପଂଚାୟତ ଏକ୍ଜ୍ୟୁଟିଭ ଅଫିସର ଦାଶରଥୀ ପ୍ରତିହାରୀ ସମେତ ଅନ୍ୟ କିଛି କର୍ମଚାରୀ ଥିଲେ । ସେହିପରି ଡ଼ିଆ ପଂଚାୟତ କାର୍ଯ୍ୟାଳୟ ଓ ରାମେଶ୍ୱର ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି । ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନ ପରିସରରେ ୨୦ଜଣ ଏନସିସି କ୍ୟାଡ଼େଟ ଛାତ୍ରଛାତ୍ରୀଙ୍କୁ ନେଇ ପତାକା ଉତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଡ଼. ଗୌରହରୀ ମିଶ୍ର ସଭାପତିତ୍ୱ କରିଥିବାବେଳେ ସମାଜସେବୀ ପ୍ରକାଶ ମାନନ୍ଧାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଶିକ୍ଷୟତ୍ରୀ ସବିତାରାଣୀ ତ୍ରିପାଠୀ, ପୂରବୀ ଶ୍ରୀଚନ୍ଦନ, ସୀତା ବରାଳ,ରୀତା ଦେବୀ, ରଞ୍ଜିତା ବାରିକ ଓ ସ୍ମିତା ରଣସିଂହ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହାଯୋଗ କରିଥିଲେ । ଶେଷରେ ଶିକ୍ଷକ ସିର୍ଦ୍ଧାଥ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ମଳିପଡ଼ା ବିଦ୍ୟୁତ ବିଭାଗରେ ସ୍ୱାଧୀନତା ଦିବସ ପାଳନ ଅବସରରେ କନିଷ୍ଠ ଯନ୍ତ୍ରୀ ପ୍ରବୀଣ କୁମାର ରଣସିଂହ ପତାକା ଉତୋଳନ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ସହ କର୍ମଚାରୀଙ୍କୁ ନେଇ ଏକ ଫ୍ରେଣ୍ଡଲି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କମାଗୁରୁ ରାମଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ପତାକା ଉେାଳନ କରିବା ସହ ଭାତୃଭାବ ସହିତ ଉମ କାର୍ଯ୍ୟ କଲେ ସମାଜର ମଙ୍ଗଳ ହେବ । ଦେଶ ମାତୃକାର ସେବାରେ ସମସ୍ତେ ନିଜକୁ ସମର୍ପିତ କରିବା ପାଇଁ ଆହ୍ୱାନ କରିଥିଲେ । ସହଯୋଗ ଅନୁଷ୍ଠାନ ତରଫରୁ ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ ପତାକା ଉତୋଳନ କରିବା ସହ ଶ୍ୟାମ ସୁନ୍ଦର ପଟ୍ଟନାୟକ, ମାନସ ଚନ୍ଦ୍ର ପଟ୍ଟନାୟକ, ଲଛମନ ନାୟକ ,ଅଜୟ କୁମାର ରଣସିଂହ, ଦାଶରଥି ବିଶୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ମଳିପଡ଼ା ବିଜେପି କାର୍ଯ୍ୟାଳୟ ପରିସରରେ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟ ପତାକା ଉେାଳନ କରିଥିଲେ । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ କାର୍ଯ୍ୟକ୍ରମର ସଂଚାଳନ କରିଥିବାବେଳେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଛାମୁଆ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ କେଳୁ ଜଗଦ୍ଧେବ, ବିପିନ ପାଲଟାସିଂହ, ସୀତାରାମ ରାଉରାୟ,ପୂର୍ଣ୍ଣ ଚନ୍ଦ୍ର କଳସ, ଆଲୋକ ଛୋଟରାୟ,କିଶୋର ବରାଳ,ମହିଳା ମୋର୍ଚ୍ଚା ଜିଲ୍ଲା ସଂଯୋଜିକା ଶୁଭାଂଗୀ ପାଲଟାସିଂହ,ରାମଚନ୍ଦ୍ର ପରିଡ଼ା, ରମାକାନ୍ତ ଜେନା,ସଂଜୀବ ପାହାଡ଼ାସିଂହ,ସୈାଭାଗ୍ୟ ରାୟସିଂହ, ବିଶ୍ୱ ଭୂଷଣ ପଟ୍ଟନାୟକ, ଅବନୀକାନ୍ତ ଜେନା, ସୂର୍ଯ୍ୟନାରାୟଣ ଦାଶ ଓ ଜାନକୀ ବଲ୍ଲଭ ବେହେରା ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ଛତିପୁର ପାଟିଲ ରେଳ ମଜୁଦର ସଂଘ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଅବସରରେ ସଂଘର ସାଧାରଣ ସଂପାଦକ ମନୋଜ କୁମାର ମଙ୍ଗରାଜଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସମାଜସେବୀ ଅଶୋକ ମଙ୍ଗରାଜ ଯୋଗଦେଇ ପତାକା ଉତୋଳନ କରିଥିଲେ । ଉପଦେଷ୍ଟା ସର୍ବେଶ୍ୱର ପରିଡ଼ା, ନୃସିଂହ ରଣଜିତ, ରଜନୀକାନ୍ତ ଜଗଦ୍ଧେବ,ପ୍ରକାଶ ପ୍ରତାପସିଂହ, ବିଘ୍ନେଶ୍ୱର ପରିଡ଼ା, ସୁମନ୍ତ ଶ୍ରୀଚନ୍ଦନ, ସନ୍ତୋଷ ଜୟସିଂହ ଓ ରଞ୍ଜତି କୁମାର ପ୍ରତାପସିଂହ ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *