କେନ୍ଦ୍ରାପଡ଼ା, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତ କାର୍ଯ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଂଚାୟତ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀଙ୍କ ଏକ ଆବକ୍ଷ ପ୍ରତିମୂର୍ତିକୁ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା, ସହକାରୀ ବିଡିଓ ଅନିରୁଦ୍ଧ ବେହେରା,ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ର ଓ ପିଇଓ ପ୍ରସନ୍ନଜୀତ ନାୟକ, ଜିଆରଏସ ଧେମୁ ସୋରେନଙ୍କ ସମେତ ପଂଚାୟତର ସମସ୍ତ ୱାର୍ଡସଭ୍ୟା,ସଭ୍ୟା ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର