Tuesday , March 28 2023
Breaking News
Home / ବିଶେଷ / ଓଡ଼ିଶା ବିଧାନସଭା ର ମୌସୁମି ଅଧିବେଶନ ସେପ୍ଟେମ୍ବର ୧ରୁ

ଓଡ଼ିଶା ବିଧାନସଭା ର ମୌସୁମି ଅଧିବେଶନ ସେପ୍ଟେମ୍ବର ୧ରୁ

ଭୁବନେଶ୍ୱର,୧୬/୦୮/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭା ର ମୌସୁମି ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୯ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହି ସ୍ୱଳ୍ପ ଅବଧି ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍ଲାଇନ୍ ପାଳନ କରାଯିବ। ପାଞ୍ଚ ତାରିଖ ରବିବାର ଛୁଟି କୁ ଛାଡି ବାକି ୮ ଟି କାର୍ୟ୍ୟ ଦିବସ ରହିବ। ଆଠ ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ୩ ତାରିଖ ଦିନ ପ୍ରାଇଭେଟ୍ ବିଜିନେସ୍ ପାଇଁ ଧାର୍ୟ୍ୟ କରାଯାଇଛି। ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଉପରେ ରାଜ୍ୟପାଳଙ୍କ ମୋହର ଲାଗି ସାରିଛି । ସର୍ବଦଳିୟ ବୈଠକ ଡ଼କାଯାଇ ପ୍ରଶ୍ନକାଳ ରହିବକି ନାଁ ଏବଂ ଅନ୍ୟାନ୍ୟ ବିଷୟ ଆଲୋଚନା କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.