କନିକାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖରସ୍ରୋତା ନଦୀ ପ୍ରକଳ୍ପ ନାଟକ ବନ୍ଦ କର
କେନ୍ଦ୍ରାପଡା ୧୬/୦୮/୨୦୨୧(ଓଡ଼ିଶା ସମାଚାର)- ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ରାପଡାବାସୀଙ୍କ ସମର୍ଥନରେ ରାଜନୈତିକ ପୁନର୍ଜନ୍ମ ପାଇ ବାରମ୍ବାର ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇ କେନ୍ଦ୍ରାପଡାବାସୀଙ୍କ ପାଇଁ କଣ ବିକାଶ କରିଛନ୍ତି ତାହା ସର୍ବଜନବିଦିତ । ତଥାପି କେନ୍ଦ୍ରାପଡାକୁ ବିଜୁବାବୁଙ୍କ କର୍ମଭୂମୀ ବୋଲି କହି ଏଠାକାର ଅଧିବାସୀ ଗର୍ବ କରନ୍ତି । ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପିତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଦୀର୍ଘ ୨୨ବର୍ଷ ହେଲା ମୁକ୍ତ କଣ୍ଠରେ ଘୋଷଣା କରି ଚାଲିଛନ୍ତି । ଅନ୍ୟ ପାଶ୍ୱର୍ବର୍ତୀ ଜିଲ୍ଲା ଗୁଡିକର ବିକାଶ ପାଇଁ କେନ୍ଦ୍ରାପଡା ଅଂଚଳବାସୀଙ୍କର ଜମତ ଓ ଜଳକୁ ଲୁଟ କରିବାର ଷଡଯନ୍ତ୍ର କରି ଚାଷୀକୁଳକୁ ଧ୍ୱଂସ ମୁଖକୁ ଠେଲି ଦେବାରେ ଲାଗିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା । ଏଠାକାର ବାସିନ୍ଦାମାନେ ନିଜର ଜୀବିକାନିର୍ବାହ କରିବା ପାଇଁ ମୁଖ୍ୟତ କୃଷି ଉପରେ ନିର୍ଭରଶୀଳ । ଏଠାକାର ଚାଷୀମାନେ ଚାଷ ଓ ବେଉଷଣ ବେଳେ ଉନ୍ନତମାନର ବିହନ ଗଣ୍ଡାଏ ଠିକ ସମୟରେ ପାଆନ୍ତି ନାହିଁ । କେନାଲ ଜଳର ଅଭାବ ଓ ଉଠାଜଳସେଚନ ପଏଂଟ ସବୁ ଅଚଳ ଯୋଗୁଁ ବର୍ଷା ଉପରେ ନିର୍ଭରକରି ଚାଷ କାର୍ଯ୍ୟ କରନ୍ତି । ବହୁ କଷ୍ଟକରି ବେଉଷଣ ସମୟରେ ସୁଲଭ ମୂଲ୍ୟରେ ଆବଶ୍ୟକୀୟ ସାର ଜମିରେ ପକାଇ ପାରନ୍ତି ନାହିଁ । ସମସ୍ତ ନାହିଁ ନାହିଁ ଭିତରେ ଲହୁ ଲୁହ ଝରାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଚଢା ଦରରେ ସାର କିଣି ବହୁ କଷ୍ଟ ସ୍ୱୀକାରକରି ଲଗାଇଥିବା ଫସଲ ଅମଳ କରି ପରିବାର ଗୁଜୁରାଣ ମେଂଟାଇବାକୁ ଫସଲ ଅମଳ କରିବାକୁ ଆଶାବାନ୍ଧି ବସିଥିବା ବେଳେ ଆମ ଜିଲ୍ଲାର ଚିର ସହଚର ବନ୍ୟା, ବାତ୍ୟା, ମରୁଡି, ଲଘୁଚାପ ଓ ଅଦିନିଆ ବର୍ଷା ଏପରିକି ରୋଗ ପୋକ ଆକ୍ରମଣରେ ସମୂଳେ ଧ୍ୱଂସ ପାଇଯାଏ । ଫଳରେ ଚାହୀ ମୁଣ୍ଡରେ ଚଡକ ପଡେ । ଧାର କରଜ ଶୁଝି ନପାରି ନିରୀହ ଚାଷୀଟି ଆତ୍ମହତ୍ୟା ପନ୍ଥାକୁ ଆଦରିନିଏ । କେନ୍ଦ୍ରାପଡାର ଉଭୟ ପାଶ୍ୱର୍ରେ ଥିବା ଯାଜପୁର ଓ ଜଗତସିଂହପୁର ଜିଲ୍ଲାକୁ ଅର୍ଥନୈତିକ କ୍ଷେତ୍ରରେ ପରିପୁଷ୍ଟ କରିବାପାଇଁ କୈାଶଳ କ୍ରମେ ଶୃତିମଧୁର ପ୍ରଲୋଭନ ଦେଖାଇ କେନ୍ଦ୍ରାପଡା ଅଳର ହଜାର ହଜାର ଏକର ସୁନା ଫଳାଉଥିବା ଚାଷ ଜମୀକୁ ଦଖଲ କରି ଯାଜପୁର କେନ୍ଦୁଝର ଅଳରୁ ଉୋଳିତ ଖଣିଜ ପଦାର୍ଥକୁ ପାରାଦୀପରେ ପହାଇବା ପାଇଁ କେନ୍ଦ୍ରାପଡାର ଛାତି ଚିରି ତ୍ୱରିତ ରାଜପଥ (ଏକ୍ସପ୍ରେସ ହାଇୱେ) ନିର୍ମାଣ କରାଗଲା । ପରବର୍ତୀ ସମୟରେ କେନ୍ଦ୍ରାପଡା ଅଂଚଳର ଶାନ୍ତି ପ୍ରିୟ ଜନତାଙ୍କୁ ରେଳ ଯାତ୍ରାର ସୁଖ ଚଖାଇବା ପାଇଁ ହଜାର ହଜାର ଏକର ଉର୍ବର ଚାଷ ଜମୀ ଓ ଘର ଢିଅ ବାସୋପଯୋଗୀ ମୁଲ୍ୟବାନ ଜମୀକୁ ଛଡାଇ ନିଆଗଲା । ଫଳରେ ଉଭୟ ରାସ୍ତା ନିର୍ମାଣ କରିବାକୁ ନିକଟ ତମ ଅଂଚଳର ହଜାର ହଜାର ଏକର ଚାଷଜମୀରୁ ମାଟି ଉଠାଇ ଖାଲ ଖମା ଓ ଜଳାଶୟରେ ପରିଣତ କରାଗଲା । ଉଭୟ ରାସ୍ତା ଯୋଗୁଁ କେନ୍ଦ୍ରାପଡା ବାସୀ କୌଣସି ଲାଭ ତ ପାଇଲେ ନାହିଁ କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଦୈନିକ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାରେ ଲାଗିଛି । ଇଂରେଜ ଅମଳରୁ କଟକ ଜୋବ୍ରା ଠାରେ ଆନିକଟ ନିର୍ମାଣ କରି କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ମାର୍ସାଘାଇ, ମହାକାଳପଡା ଅଳର ଚାଷ ଜମୀକୁ କେନାଲ ଦ୍ୱାରା ଜଳ ଯୋଗାଣ କରାଯାଉଥିଲା । ସେହି ଯୋବ୍ରା ଆନିକଟରୁ କେନ୍ଦ୍ରାପଡା ବାସୀଙ୍କ ଅଗୋଚରରେ ପାରାଦୀପ ସ୍ଥିତ କମ୍ପାନୀ ମାନଙ୍କ ଲାଭ ଉଦେଶ୍ୟରେ ପାଇପ ଯୋଗେ ବିପୁଳ ପରିମାଣର ଜଳ ବିକ୍ରି କରାଯିବା ଫଳରେ କେନାଲ ଗୁଡିକରେ ଜଳ ଯୋଗାଣ ପ୍ରାୟ ବନ୍ଦ ହୋଇଗଲାଣି । କେନ୍ଦ୍ରାପଡା ବାସୀ ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ରର ଶୀକାର ହୋଇ ଅକଥନୀୟ ଦୁର୍ଦଶା ଭୋଗୁଥିବା ବେଳେ ଆଉ ଏକ ନୁଆ ନାଟକର ରଚନା କରାଯାଇଛି । “ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ” । ସେହି ନୁଆ ନାଟକଟି ମଂଚସ୍ଥ ହେଲେ ଆଳି ନିର୍ବାଚନ ମଣ୍ଡଳୀର କନିକା ସମେତ ଆଳି ରାଜନଗର ଅଧିବାସୀ ଚାଷ ଜମୀ ପାଇଁ ପାଣିତ ପାଇବେ ନାହିଁ । ବଡ ଦୁଃଖ ଏବଂ ପରିତାପର ବିଷୟ ଖରସ୍ରୋତା ନଦୀର ମଧୂର ଜଳ ଭଦ୍ରକ ଜିଲ୍ଲାକୁ ଚାଲିଯିବା ପରେ ଏଠାକାର ନଦୀ ଜଳ ଲୁଣା ଜଳ ପୂର୍ଣ୍ଣ ହୋଇଯିବ । ଗୋରୁ, ଗାଇ, ମଣିଷ ଓ ପଶୁପକ୍ଷୀ ଟୋପାଏ ପାଣି ପିଇବାକୁ ମଧ୍ୟ ପାଇବେ ନାହିଁ । ସରକାର ଓ ପ୍ରଶାସନର ଅନ୍ୟ ଜିଲ୍ଲା ଓ କମ୍ପାନୀ ପ୍ରିତି ଯୋଗୁଁ ଭିତର କନିକା ଜୈବ ବିବିଧତା ଘୋର ପ୍ରଭାବିତ ହେବ । ଏହି ଅନ୍ଧକାର ମୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଠାକାର ଜନ ସାଧାରଣ, ବୁଦ୍ଧିଜୀବି, ସାମାଜିକ ସଂଗଠନ, ପରିବେଶବୀତ ଓ ଲୋକ ପ୍ରତିନିଧିମାନେ ଦୁଇ ବର୍ଷ ହେଲା ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ ନକରିବାକୁ ସରକାର ଓ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଆସୁଛନ୍ତି । ସେହି ଆକୁଳ ନିବେଦନକୁ ଶୁଣିବା ଦୁରର କଥା ସରକାର ସ୍ଥାନୀୟ ପ୍ରଶାସନ ଓ ପୋଲିସ ମାଧ୍ୟମରେ ଯୋର ଜବରଦସ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରଶାସନର ଏତାଦୃଶ କାର୍ଯ୍ୟର ପ୍ରତିବାଦ କରିବାକୁ ଆବାଳବୃଦ୍ଧବନୀତା କନିକା ବାସୀ ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ ପ୍ରଶାସନ ପୋଲିସ ଲଗାଇ ବନ୍ଧୁକ ଭୟ ଦେଖାଇ ଦମନ ଲୀଳା ଚଳାଇଛି । ଦଳମତ ନିର୍ବିଶେଷରେ କନିକା ବାସୀ ମରିବୁ ପଛେ ପାଣି ଛାଡିବୁ ନାହିଁ ନାରା ଦେଇ କନିକା ବଂଚାଅ ଆନ୍ଦୋଳନ ସ୍ୱାଧିନତା ଆନ୍ଦୋଳନ ବେଳର କନିକା ପ୍ରଜାମେଳିର ରୁପ ନେବାକୁ ଯାଉଥିବା ବେଳେ ପିଲିସ ଅମାନୁଷିକ ଭାବରେ ବନ୍ଧୁକ ଦେଖାଇ ଆନ୍ଦୋଳନରେ ସାମିଲ ହୋଇଥିବା ରାଜନେତା ମାନଙ୍କୁ ଗିରଫ କରିବାକୁ ପଛାଉନାହିଁ । ଏହି ଦମନ ଲୀଳା ବ୍ରିଟିଶ ରାଜକୁ ବଳିଗଲାଣୀ । ସେହି ଆନ୍ଦୋଳନକୁ ସମର୍ଥନ ଜଣାଇ କଂରେସ ପଛୁଆ ବର୍ଘ ବିଭାଗ, ରଷ୍ଟ୍ରୀୟ ମଜଦୁର କଂରେସ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ଏବଂ ଓଡିଶା କୃଷୀ ଓ ଗ୍ରାମ୍ୟ ଶ୍ରମୀକ ସଂଘ ମିଳିତ ଭାବରେ ସରକାର ଓ ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦୃଢ ନିନ୍ଦା କରିଛି । କନିକା ବାସୀଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କର ଭବିଷ୍ୟତ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ଅତ୍ୟାଚାର ଓ ଦମନ ଲିଳାରୁ ନିବୃତ ରହି ଶାନ୍ତିପ୍ରିୟ କନିକା ବାସୀଙ୍କୁ ସୁଖରେ ବଂଚିବାକୁ ଦିଅନ୍ତୁ । ନଚେତ ସମଗ୍ର ଜିଲ୍ଲାର ଜନସାଧାରଣ ଓ ବିଭିନ୍ନ ସଂଗଠନ ଗୁଡିକ ଆନ୍ଦୋଳନକୁ ତିବ୍ରତର କରାଇବେ ଓ ଏହାର ବିଷମୟ ପରିଣତି ପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ଓଡିଶା ପ୍ରଦେଶ କଂଗ୍ରେସ ପଛୁଆ ବର୍ଘ ବିଭାଗ ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ରଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ମୁକ୍ତାର ଖାଁ, ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘର ଅଧ୍ୟକ୍ଷ ବସନ୍ତ କୁମାର ସେଠୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ଅଧ୍ୟକ୍ଷ ବିଧୂଭୂଷଣ ମହାପାତ୍ର ଓ ମହେନ୍ଦ୍ର କୁମାର ପରିଡା ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …