ବାଲେଶ୍ୱର, ୧୬/୦୮/୨୦୨୧(ଓଡ଼ିଶା ସମାଚାର)- ଡିଲ୍ ସମୟରେ ଚଢାଉ କରି ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ବର ଜିଲା ଜଳେଶ୍ୱର ମାର୍କେଟରେ ଏସଟିଏଫ୍ ଚଢାଉ କରିଥିଲା। ଚଢାଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨ କେଜି ୪୦୨ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଅଢ଼େଇ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁରର ଉଦୟନାଥ ରଥ ଓ କଟକ ବୟାଳିଶିମୌଜାର ପ୍ରଦୀପ କୁମାର ଦାସ ବୋଲି ସୂଚନା ମିଳିଛି।ଓଡ଼ିଶା ସମାଚାର