ପାରାଦ୍ୱୀପ ୧୫/୦୮/୨୦୨୧(ଓଡ଼ିଶା ସମାଚାର)- ଶନିବାର ଦିନ ମଧ୍ୟାହ୍ନ ରେ ପାରାଦୀପ ନୂଆବଜାର ବସ୍ତି ର ତିନି ଜଣ ଯୁବକ ସମୁଦ୍ର ରେ ଗାଧୋଉଥିବା ସମୟ ରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ନୂଆବଜାର ବସ୍ତି ର କେ.କାମରାଜୁ,କ୍ରିଷ୍ଣାନ୍ ଓ ମାଇଲିପିଲି ମହେଶ(୨୦) ଗାଧୋଇବା ପାଇଁ ପାରାଦୀପ ସମୁଦ୍ର କୁ ଯାଇଥିଲେ । ସମୁଦ୍ର ର ଅନ୍ତସୋ୍ରତ ପ୍ରଖର ଥିବାରୁ ମାଇଲିପିଲି ମହେଶ ଓ ଅନ୍ୟ ଦୁଇ ଜଣ ସମୁଦ୍ର ଭିତରକୁ ଚାଲିଯାଇଥିଲେ । କାମରାଜୁ ଓ କ୍ରିଷ୍ଣାନ୍ ଲହଡି ରେ କୂଳକୁ ଫେରି ଆସିଥିବା ବେଳେ ମହେଶ ଆଉ କୂଳ କୁ ଫେରି ନଥିଲେ । ଏହା ଦେଖି କାମରାଜୁ ଓ କି୍ରଷ୍ଣାନ୍ ବସ୍ତି କୁ ଫେରି ଘଟଣା ସଂପର୍କ ରେ ଜଣାଇବା ପରେ ବସ୍ତି ର ଶହ ଶହ ଲୋକ ସମୁଦ୍ର କୂଳ କୁ ଧାଇଁଥିଲେ । ଏ ସଂପର୍କ ରେ ଖବର ପାଇ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ୍ ପହଂଚିଥିଲା । ଜଟାଧାରୀ ମୁହାଣ ଥାନା ପୋଲିସ୍ ର ବୋର୍ଟ ନଥିବାରୁ ନିଖୋଜ ମହେଶ ଙ୍କୁ ଖୋଜିବା ପରିବର୍ତେ ପୋଲିସ୍ କେବଳ କୂଳ ରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ସବୁ ସମୟ ରେ ପାରାଦୀପ ସମୁଦ୍ର ରେ ଲୋକ ବୁଡି ମରୁଥିବା ବେଳେ ଏଠା ରେ ଲାଇଫଗାର୍ଡ ନିଯୁକ୍ତି ନ ହେବା ବିଡମ୍ବନା ର ବିଷୟ । ମହେଶଙ୍କ ର କୌଣସି ସନ୍ଧାନ ମିଳିନାହିଁ । ସରକାର ପାରାଦୀପ ଭଳି ସହର ର ସମୁଦ୍ରକୂଳ ରେ ଲାଇଫଗାର୍ଡ ନିଯୁକ୍ତି ଦେବା କୁ ସାଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର