Friday , September 22 2023
Breaking News
Home / ବିଶେଷ / ନର୍ସଙ୍କୁ ଅସଦାଚରଣ କରିବା ଅଭିଯୋଗରେ  ନିଲମ୍ବିତ ହେଲେ ଡାକ୍ତର

ନର୍ସଙ୍କୁ ଅସଦାଚରଣ କରିବା ଅଭିଯୋଗରେ  ନିଲମ୍ବିତ ହେଲେ ଡାକ୍ତର

ପାରାଦ୍ୱୀପ ୧୫/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ଚିକିତ୍ସାଳୟ ରେ କାର୍ଯ୍ୟରତ ଜନୈକା ନର୍ସ ଙ୍କୁ ଅସଦାଚରଣ ଅଭିଯୋଗ ରେ ଚିକିତ୍ସାଳୟ ର ଜନୈକ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି ବନ୍ଦର କର୍ତୃପକ୍ଷ । ଘଟଣାରୁ ପ୍ରକାଶ ଯେ, ପାରାଦୀପ ବନ୍ଦର ଚିକିତ୍ସାଳୟ ରେ ରାତି ଡ୍ୟୁଟି ରେ ଜନୈକା ମହିଳା ନର୍ସ ଥିଲେ । ସେ ଦିନ ରାତି ଡ୍ୟୁଟି ରେ ଥିବା ଡାକ୍ତର ଉକ୍ତ ନର୍ସଙ୍କୁ ଅସଦାଚରଣ କରିଥିଲେ । ଡାକ୍ତର ଜଣକ ମଦ୍ୟପାନ କରି ଉକ୍ତ ବିବାହିତା ମହିଳା ନର୍ସ ଙ୍କୁ ଅସଦାଚରଣ କରିଥିବା ନେଇ ନର୍ସ ଜଣକ ବିଭାଗୀୟ ମୁଖ୍ୟଙ୍କ ନିକଟ ରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପାରାଦୀପ ବନ୍ଦର କର୍ତୃପକ୍ଷ ଏହି ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି । ଏଥି ରେ ସନ୍ତୁଷ୍ଟ ନ ହୋଇ ଅସଦାଚରଣ ର ଶୀକାର ହୋଇଥିବା ନର୍ସ ପାରାଦୀପ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ପାରାଦୀପ ଆଦର୍ଶ ଥାନା ରେ ଅଭିଯୋଗ ହେବା ପରେ ପୋଲିସ୍ ସଂପୃକ୍ତ ଡାକ୍ତରଙ୍କୁ ଆଣି ଥାନା ରେ ଅଟକ ରଖିଥିଲେ । ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧ ରେ ଆଦର୍ଶ ଥାନା ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । କିଛି ବ୍ୟକ୍ତି ଏହି ଘଟଣା ର ରଫାଦଫା କରିବାକୁ ଉଦ୍ୟମ କରୁଥିବା ବେଳେ ତାହା ଫସର ଫାଟିଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *