ନୂଆଦିଲୀ/ଭୁବନେଶ୍ୱର,୧୫/୮/୨୦୨୧(ଓଡ଼ିଶା ସମାଚାର):ସ୍ୱାଧିନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ଏହି ଦିନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତଆନନ୍ଦ ଉଲ୍ଲାସର ଦିନ । ଚଳି ବର୍ଷ ସ୍ୱାଧିନତା ଦିବସର ବିଶେଷ ମହତ୍ୱ୍ୱ ରହିଛି କାରଣ ଏହି ବର୍ଷଆମେ ସମସ୍ତେ ସ୍ୱାଧିନତା ର୭୫ ତମ ବର୍ଷ ତଥା ଅମୃତ ବର୍ଷପାଳନ କରୁଛେ । ଲୋକତନ୍ତ୍ରରସବୁଠାରୁ ଆଗରେ ରହିଛି ଭାରତ ।ଏଥିପାଇଁ ନିଷ୍ଠା ଏବଂ ସମର୍ପଣ ଭାବ ସହିତ କାର୍ଯ୍ୟକରିବାକୁ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “କାହିଁ କେତେ ପିଢିର ବଳିଦାନ ପରେ ଆମ ସ୍ୱାଧିନତା ର ସ୍ୱପ୍ନ ସାକାର ହୋଇଥିଲା । ସମସ୍ତ ମହାପୁରୁଷଙ୍କ ତ୍ୟାଗ ଏବଂ ବଳିଦାନର ବିଜୟ ହୋଇଥିଲା । ମୁଁ ସେହି ସମସ୍ତ ମହାତ୍ମା ମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି । ଏହା ସହିତ କୋଭିଡ ଯୋଦ୍ଧାମାନଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି । ଦେଶରେ କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା, ତଥା ଆଗ ଧାଡିର ଯୋଦ୍ଧାମାନେ ଯେଉଁଭଳି ଭାବେ ଆଗକୁ ଆସି କାମ କରୁଛନ୍ତି ତାହା ପ୍ରଶଂସନୀୟ । ପୁରା ଦେଶ କୋଭିଡ ଯୋଦ୍ଧାଙ୍କ କାମକୁ କେବେ ଭୁଲିବ ନାହିଁ । ଭାରତରେ ଏବେ ଟିକାକରଣ ଦୃତ ଗତିରେ ଜାରି ରହିଛି । ଯାହାକି ଏକ ଉଲ୍ଲେଖ୍ୟନୀୟ କାର୍ଯ୍ୟ । ଅଲିମ୍ପିକ ଖେଳକୁ ମନେପକାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “କିଛି ଦିନ ପୂର୍ବରୁ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନେ ଦେଶର ଗୌରବକୁ ବଢାଇଥିଲେ ।