Saturday , April 1 2023
Breaking News
Home / ବିଶେଷ / କଟକ ସଦର ଅଞ୍ଚଳରେ ସ୍ୱାଧୀନତା ଦିଵସ ପାଳନ

କଟକ ସଦର ଅଞ୍ଚଳରେ ସ୍ୱାଧୀନତା ଦିଵସ ପାଳନ

 କଟକ ସଦର, ୧୫/୦୮/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦରର କନ୍ଦରପୁର,୪୨ ମୈ।ଜା,କିଶନନଗର,ନେମାଳ,ଵିଲହାଟ ପ୍ରଭୁତି ଅଂଚଳରେ ୭୫ ତମ ସ୍ୱାଧୀନତା ଦିଵସ କୋଭିଡ୍ କଟକଣା ପାଇଁ ନିରାଡମ୍ବର ଭାଵେ ରଵିଵାର ଅଗଷ୍ଟ ୧୫ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ କିଶନନଗର ଠାରେ ତହସିଲ ସ୍ତରୀୟ ସମାରୋହରେ ତହସିଲଦାର ସୁଚେତା ମହାପାତ୍ର ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲିକ, ସୁରେଶ ଵିଶୋଇ, ଶ୍ରୀବତ୍ସ ବେହେରା, ଅଧ୍ୟାପକ ଡଃ କିଶୋର ଦାସ,ଉମେଶ ପାଢୀ, ମହମ୍ମଦ ଆସଫାକ୍ ପ୍ରମୁଖ ଅତିଥି ଭାଵେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଅତିରିକ୍ତ ତହସିଲଦାର କୃଷ୍ଣ କାନ୍ତ ସାହୁ କାର୍ୟ୍ୟ କ୍ରମ ପରିଚାଳନା କରିଥିଲେ। ସେହିପରି କିଶନନଗର ଵିଶ୍ୱ।ଳପଡାରେ ଥିଵା ମଣ୍ଟେସୋରୀ ଆଗ୍ରୋଟେକ୍ ଶୀତଳଭଣ୍ଡାରରେ ପରିଚାଳନା ନିର୍ଦ୍ଦେଶକ ଇଂ ମାନସ କୁମାର ଲେଙ୍କା ପତାକା ଉତ୍ତୋଳନ କରିଥିଵା ଵେଳେ ଅତିଥି ଭାଵେ ସ୍ୱ।ମୀ ଅଦିତ୍ୟ ଆନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଚଳିତବର୍ଷ ସଦର ଅଞ୍ଚଳର ସଵୁ ପଞ୍ଚାୟତ ରେ ଵିଜେଡି ସ୍ୱାଧୀନତା ଦିଵସ ପାଳନ କରିଥିଵା ଦେଖାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.