Wednesday , December 8 2021
Home / ବିଶେଷ / ହେମଲତା-ନଟବର ଟ୍ରଷ୍ଟ ପକ୍ଷରୁ ୩ଗୋଟି ଅସହାୟ ପରିବାରକୁ ସହାୟତା ବଂଟନ

ହେମଲତା-ନଟବର ଟ୍ରଷ୍ଟ ପକ୍ଷରୁ ୩ଗୋଟି ଅସହାୟ ପରିବାରକୁ ସହାୟତା ବଂଟନ

ପାଟକୁରା ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ମହମ୍ମୁଦା-ଭାଟପଡା ଗ୍ରାମର ହେମଲତା – ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପାଟକୁରା ଅଂଚଳର ୩ଗୋଟି ଅସହାୟ ଦୁଃସ୍ଥ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପଦ୍ମପୁର ପଂଚାୟତର ମହମ୍ମୁଦା ଠାରେ ଥିବା କାଳିଆଘାଇ ନଟବର ହାଇସ୍କୁଲ ଠାରେ ଟ୍ରଷ୍ଟ୍ ର ସଭାପତି ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଗରଦପୁର ବ୍ଲକର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ୍ ଓ ସମ୍ମାନିତ ଅତିଥି ଭାବରେ ଗରଦପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରଦୀପ୍ କୁମାର ଚିନାରା ଯୋଗଦେଇ ପଦ୍ମପୁର ଗ୍ରାମର ପକ୍ଷାଘାତରେ ପିଡୀତ ଥିବା ନରେଶ ଚନ୍ଦ୍ର ସାହୁଙ୍କ ପତ୍ନୀ ଜାନକୀ ସାହୁଙ୍କୁ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସେହିପରି ଗୋତ୍ରବିଲ୍ ଗ୍ରାମର ଅସହାୟ ମହିଳା ବିନତି ସାହୁ ଓ ବିଚଣା ଗ୍ରାମର ରାଜୀବ ନାୟକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଚେକ୍ ଅତିଥିମାନେ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର ବେହେରା ଏବଂ ପଦ୍ମପୁର ପଂଚାୟତର ସମିତି ସଭ୍ୟା ସୁଷମା ଦାସ ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଥିବା ଅଂଚଳର ଲୋକମାନଙ୍କୁ ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ସାହଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଟ୍ରଷ୍ଟର ସମ୍ପାଦିକା ସନ୍ଧ୍ୟାରାଣୀ ଜେନା ଟ୍ରଷ୍ଟର ଉଦ୍ଧେଶ୍ୟ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନିମାଇଁ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୂର୍ଗା ଚରଣ ପାଲ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ,ରଞ୍ଜିତ୍ କୁମାର ନାୟକ,କିର୍ତୀରଞ୍ଜନ ପଟ୍ଟନାୟକ,ଉର୍ମିଳା ପଣ୍ଡା,ଶୋଭାରାଣୀ ସାମନ୍ତରାୟ,ପ୍ରଶାନ୍ତ କୁମାର ଦାସ,ଦିଲ୍ଲିପ କୁମାର ମହାନ୍ତି,ରଞ୍ଜନ କୁମାର ବେହେରା,ପ୍ରଦୀପ୍ କୁମାର ମହାନ୍ତି ଓ ଶଶିକାନ୍ତ ପରିଡାଙ୍କ ସମେତ ଅଂଚଳର ଅନେକ ଶୁଭେଛୁମାନେ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *