Wednesday , December 8 2021
Home / ବିଶେଷ / ଯୁବଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାରିହାପୁର ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସଫେଇ କାର୍ୟ୍ୟକ୍ରମ

ଯୁବଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାରିହାପୁର ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସଫେଇ କାର୍ୟ୍ୟକ୍ରମ

ପରଜଙ୍ଗ ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବାରିହାପୁର ମହାବିଦ୍ୟାଳୟ ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ଓ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ରେ ବାରିହାପୁର କଲେଜ ର ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା ଯୋଗଦାନ କରି କହିଥିଲେ- ବୃକ୍ଷ ହିଁ ଜୀବନ , ସବୁଜ ସୁନ୍ଦର ପରିବେଶ ପାଇଁ ଆଜିର ଦିନରେ ଆମେ ସମସ୍ତେ ଶାନ୍ତିରେ ନିଶ୍ୱାସ ନେଇ ପାରୁ ଅଛନ୍ତି । ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାର ନିହାତି ଆବଶ୍ୟକତା ରହିଛି ।ଏହା ଦ୍ୱାରା ଅକ୍ସିଜେନ ଅଭାବ ଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ, ଏବଂ ଆମ ପରିବେଶ ସବୁବେଳେ ସବୁଜ ସୁନ୍ଦର ହୋଇ ଗଢି ଉଠିବ । ଏହା ସହ ଆମ ପରିବେଶ କୁ ସବୁବେଳେ ପରିଷ୍କାର ରଖିବା ପାଇଁ ପଡିବ । ବିଶ୍ୱ ମହାମାରୀ କୋଭିଡ ପାଇଁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଓ ସୁରକ୍ଷିତ ଜୀବନ ପାଇଁ ଦୀର୍ଘଦିନ ହେବ କଲେଜ ବନ୍ଦ ଥିଲା । କଲେଜ ଏବେ କିଛି ଦିନ ହେବ ଖୋଲି ଥିବାରୁ ଛାତ୍ର ଛାତ୍ରୀ ଙ୍କ ମନରେ ଖୁସିର ଲହରୀ ଦେଖିବା ପାଇଁ ମିଳୁଅଛି । ଆଜିର ଏହି କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କଲେଜ ର ଅଧ୍ୟାପକ ସାରଦା ପ୍ରସନ୍ନ କବି, ପ୍ରଶାନ୍ତ କୁମାର ନାୟକ, ରବୀନ୍ଦ୍ର କୁମାର ସାହୁ, ପ୍ରତାପ ସାହୁ, ପିଅନ କବିବର ସାହୁ, ଯୋଗେଶ୍ୱର ବିଶ୍ୱାଳ, ବସନ୍ତ ବିଶ୍ୱାଳ ଏବଂ ସମସ୍ତ ଛାତ୍ର ଛାତ୍ରୀ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *