Tuesday , December 6 2022
Home / ବିଶେଷ / ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର -୧୬୩ ୟୁନିଟ୍ ରକ୍ତ ସଂଗ୍ରହ

ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର -୧୬୩ ୟୁନିଟ୍ ରକ୍ତ ସଂଗ୍ରହ

ପାରାଦ୍ୱୀପ ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ମନସା ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାରାଦ୍ୱୀପ ମହାବିଦ୍ୟାଳୟ ଏନସିସି ନାଭାଲ ୱିଙ୍ଗ୍ ସହଯୋଗରେ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଶିବରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ, ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ଏବଂ ସିଆଇଏସଏଫ୍ କମାଣ୍ଡା ଅକ୍ଷିତ ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବନ୍ଦର ଅଧିକାରୀ ଓ କର୍ମଚାରୀ ଙ୍କ ବ୍ୟତିତ ପାରାଦ୍ୱୀପ ଏନସିସି କ୍ୟାଡେଟ୍, ବନ୍ଦର ସିଆଇଏସଏଫ୍, ପାରାଦ୍ୱୀପ ପୋର୍ଟ ବଣିକ ସଂଘ, ବିଏମଏସ୍ ୟୁନିଅନ, ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘର ସଭ୍ୟଙ୍କ ସମେତ ବିଏମଏସ୍ ସଭାପତି ରାକେଶ କୁମାର ପଟ୍ଟନାୟକ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଅବିନାଶ ରାଉତ ରକ୍ତଦାନ କରିବା ସହିତ ସେମାନଙ୍କ ନେତୃତ୍ୱରେ ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସେଂଟ୍ରାଲ ରେଡ୍ କ୍ରସ ସହାୟତାରେ ଆୟୋଜିତ ଏହି ଶିବିରରୁ ୧୬୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମନସା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ମୃତୁ୍ୟଞ୍ଜୟ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଏନ୍.ସି ଅଗସ୍ତି, ଅକ୍ଷୟ ଚନ୍ଦ୍ର ମିଶ୍ର, ଗୋବିନ୍ଦ ମିଶ୍ର, ପ୍ରବୀର କୁମାର ସାହୁ, ସୁକାନ୍ତ ବେହେରା, ଚିନ୍ମୟ ମିଶ୍ର, ଅଂଶୁମାନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ରକ୍ତଦାତା ଓ ସହଯୋଗୀ ସଂଗଠନ କୁ ଟ୍ରଷ୍ଟ ମୂଖ୍ୟ ଶ୍ରୀ ମିଶ୍ର ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ । ତେବେ ସଂପ୍ରତି କରୋନା ମହାମାରୀ ସମୟରେ ଏବଂ ରକ୍ତ ର ଆବଶ୍ୟକତା ଦୃଷ୍ଟିରୁ ‘ମନସା ଚାରିଟେବୁଲ ଟ୍ରଷ୍ଟ’ ର ଏପରି ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.