Monday , December 6 2021
Breaking News
Home / ତାଜା ଖବର / ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନି ଟ୍ରକ – ତିନିଜଣ ଆହତ

ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନି ଟ୍ରକ – ତିନିଜଣ ଆହତ

ବାଲିଗୁଡା,୧୪/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁରୁଣାସାହି ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିରେ ଥିବା ତିନିଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ବ୍ରହ୍ମପୁରରୁ ଫଳ ନେଇ ଏକ ମିନି ଟ୍ରକ ବାଲିଗୁଡ଼ା ଆସୁଥିବା ବେଳେ  କ.ନୂଆଗାଁ ପୁରୁଣା ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ତିନିଜଣ ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଡିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *