Tuesday , December 6 2022
Home / ବିଶେଷ / ଭଙ୍ଗାହେବ ମହାନଦୀ କୂଳରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର

ଭଙ୍ଗାହେବ ମହାନଦୀ କୂଳରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର

ସାଲେପୁର /କିଶନନଗର: ୧୪/୦୮/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା) – କଟକ ଜିଲ୍ଲା ର ସାଲେପୁର ବ୍ଲକ ତଥା କିଶନନଗର ତହସିଲଅନ୍ତର୍ଗତ ରଟିଲ ମୌଜା ର ମହାନଦୀ ତଟ ରେ ଥିବା ହନୁମାନ ମନ୍ଦିର କୁ ଭଂଗାଯିବ.ା ବିଭିନ୍ନ ହିନ୍ଦୁ ସଂଗଠନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ବହୁ ବିରୋଧ ଫଳରେ ଗତ ୬ ତାରିଖ ଦିନ ପ୍ରଶାସନ ପ୍ରଥମ ଥର ମନ୍ଦିର ଭାଙ୍ଗି ନପାରି ଫେରିଥିଲା। ହେଲେ ଏବେ କିନ୍ତୁ ଭଙ୍ଗା ହେବ ପଞ୍ଚମୁଖୀ ହନୁମାନ ମନ୍ଦିର। ଜାତୀୟ ସବୁଜ ଟ୍ରିବୁନାଲଙ୍କ ନିର୍ଦ୍ଦେଶକୁ ପରିପାଳନ କରି ଶେଷରେ କଟକ ଜିଲ୍ଲା କିଶନନଗର ଥାନା ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ତାର ଆଖପାଖ ଅଞ୍ଚଳର ବିଭିନ୍ନ ମନ୍ଦିର ଓ ପରିପାଟି ଭଙ୍ଗା ଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଶୁକ୍ରବାର କଟକ ଜିଲ୍ଲାପାଳ, ଏସ୍ ପି , ସ୍ଥାନୀୟ ତହସିଲଦାର , ବିଡ଼ିଓଙ୍କ ସମେତ ଜଳସମ୍ପଦ ବିଭାଗର ଉଚ୍ଚ ଅଧିକାରୀଙ୍କ ସମେତ ଗ୍ରାମବାସୀଙ୍କ ସହ ମନ୍ଦିର ପରିସରରେ ବହୁ ସମୟ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି। ମନ୍ଦିର ଓ ତାର ପରିପାଟି ମହାନଦୀ କୂଳରେ ଥିବାରୁ ବନ୍ୟାଜଳ ନିଷ୍କାସନରେ ଅବରୋଧ ଦର୍ଶାଇ ଜଣେ ପିଟିସନକାରୀଙ୍କ ଆବେଦନର ଶୁଣାଣି କରି ମାନ୍ୟବର ଟ୍ରିବୁଲାନ ଏହି ଆଦେଶ ଦେଇଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ହେଲେ ସେଠାରୁ ନିରାଶ ହେବାପରେ ଏବେ ମନ୍ଦିର ଭଙ୍ଗାଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ କେବେ ଭଙ୍ଗା ଯିବ ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇନାହାନ୍ତି। ସ୍ଥାନୀୟ ବାସିନ୍ଦା ତଥା ମନ୍ଦିର କମିଟି ସଦସ୍ୟ ଲୋଲୁପ ବିଶ୍ୱାଳ ଏନେଇ ଦୁଃଖ ପ୍ରକାଶ କରିଏହାକୁ ଈଶ୍ୱର ଙ୍କ ଉପରେ ଛାଡିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.