Saturday , December 10 2022
Home / ବିଶେଷ / ପୂଜା କମିଟି ଦ୍ଵାରା ନୂତନ ଆଇଆଇସି ଙ୍କୁ ସମ୍ବର୍ଦ୍ଧନା

ପୂଜା କମିଟି ଦ୍ଵାରା ନୂତନ ଆଇଆଇସି ଙ୍କୁ ସମ୍ବର୍ଦ୍ଧନା

କଟକ ୧୪/୦୮/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଶାନ୍ତି ପୂଜା କମିଟି ଭାବେ କଟକ ସହରରେ ପ୍ରସିଦ୍ଧି ଲାଭ କରିଥିବା ଶିଖରପୁର, ଗଣ୍ଡରପୁର,ଓ ମହାନଦୀ ବିହାର ପୂଜା କମିଟି ତରଫରୁ, କମିଶନରେଟ ପୋଲିସର ଅନ୍ତର୍ଗତ ଚାଉଳିଆଗଞ୍ଜ ପୋଲିସ ଷ୍ଟେସନର ନୂତନ ଭାର ସମ୍ଭାଳି ଥିବା ସୁଯୋଗ୍ୟ ପୋଲିସ ଅଫିସର ଆଇଆଇସି ଶ୍ରୀ ଶଶିକାନ୍ତ ରାଉତଙ୍କୁ,ନିଜ ଅଞ୍ଚଳକୁ ସ୍ୱାଗତ କରିବା ସହ ବିଦାୟୀ ଆଇଆଇସି ତଥା କଟକ ଏସିପି ଜୋନ ୩ର ନୂତନ ଏସିପି ଶ୍ରୀ ତାପସ ପ୍ରଧାନ ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ନିୟନ୍ତ୍ରିତ ଅଞ୍ଚଳ ବାସୀଙ୍କୁ ନିଷ୍ଠାପର ସୁରକ୍ଷା ସେବା ଯୋଗାଇ ଦେବା ଲାଗି ନିବେଦନ କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ କୋଭିଡ ଗାଇଡ଼ ଲାଇନ ଅନୁସାରେ କରାଯାଇଥିବା ବେଳେ,ପୂଜା କମିଟି ର ସଭାପତି ଶ୍ରୀ ଜୟନ୍ତ ପ୍ରଧାନ,ସମ୍ପାଦକ ଶ୍ରୀ ବିଷ୍ଣୁ ଚରଣ ନାୟକ,ରବି ନରାୟଣ ଶତପଥୀ ଙ୍କ ସହ ବହୁ ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । ବିଶିଷ୍ଟ ଅତିଥି ଭାବେ ଏସିପି ଶ୍ରୀ ଅମରେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଓଡିଶା ସମାଚାର

Leave a Reply

Your email address will not be published.