Saturday , June 3 2023
Breaking News
Home / ବିଶେଷ / ପାରାଦୀପ ଅଂଚଳ ରୁ ୩୭ ଲିଟର ବିଦେଶୀ ମଦ ଜବତ- ଦୁଇ ଗିରଫ

ପାରାଦୀପ ଅଂଚଳ ରୁ ୩୭ ଲିଟର ବିଦେଶୀ ମଦ ଜବତ- ଦୁଇ ଗିରଫ

ପାରାଦ୍ୱୀପ ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ନିକଟସ୍ଥ ମୂଷାଡିଆ ନିକଟରୁ ଦୁଇଜଣ ବ୍ୟକ୍ତି ଏକ ନମ୍ବର ବିହୀନ ସ୍କୁଟି ଗାଡି ରେ ଚୋରା ମଦ ନେଇ ଯାଉଥିବା ବେଳେ ପାରାଦୀପ ପୋଲିସ୍ ହାତ ରେ ଧରା ପଡିଛନ୍ତି । ପୋଲିସ୍ ହାତ ରେ ଧରା ପଡିଥିବା ଏହି ଦୁଇ ଜଣ ବ୍ୟକ୍ତି ହେଲେ ଅଭୟଚାନ୍ଦପୁର ଥାନା ଅଧିନସ୍ଥ ରଙ୍ଗିଆଗଡ ଗ୍ରାମ ର ମିନା ମଲ୍ଲିକ ଙ୍କ ପୁଅ ରାଜେନ୍ଦ୍ର ମଲ୍ଲିକ (୨୧) ଓ ରବିନ୍ଦ୍ର ନାୟକ ଙ୍କ ପୁଅ ଅଜିତ ନାୟକ । ଉଭୟଙ୍କ ନିକଟରୁ ୯୭ ବୋତଲ ବିଦେଶୀ ମଦ( ପ୍ରାୟ ୩୭ ଲିଟର) ଜବତ ହୋଇଛି । ଏ ସଂପର୍କ ରେ ପାରାଦୀପ ଥାନା ରେ ୧୭୪/୨୧ ରେ ଏକ ମାମଲା ରୁଜୁ କରି ପୋଲିସ୍ ଉଭୟଙ୍କୁ କୋର୍ଟ ଚାଲଣ କରିଥିବା ନେଇ ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.