Tuesday , June 6 2023
Breaking News
Home / ତାଜା ଖବର / ଟାେଙ୍କାଳ ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ -୨୦ ବାଇକ, ୫୧ହଜାର ୪୦୦ ଟଙ୍କା,୩ ମୋବାଇଲ,୭ସାଇକେଲ ଜବତ –

ଟାେଙ୍କାଳ ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢାଉ -୨୦ ବାଇକ, ୫୧ହଜାର ୪୦୦ ଟଙ୍କା,୩ ମୋବାଇଲ,୭ସାଇକେଲ ଜବତ –

୫ ଜଣ ଜୁଆଡ଼ି ଗିରଫ  ଜୁଆ ଖେଳ ପଟି ଓ ଗୋଟି ଜବତ:ଅନେକ ଫେରାର -ଜଙ୍ଗଲ ଭିତରେ ଦୀର୍ଘଦିନ ଧରି ଚାଲୁଥିଲା ଜୁଆ ଆଡ୍ଡା

ନିରାକାରପୁର, ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସକୁ  ଏକ ବଡ଼ ଧରଣର ସଫଳତା ମିଳିଛି । ଜୁଆ ଆଡ୍ଡା ଉପରେ ଚଢଉ କରି ୨୦ ବାଇକ,ଜୁଆ ଖେଳରେ ବ୍ୟବହୃତ ପଟି,ଗୋଟିକୁ ପୋଲିସ ଜବତ କରିବା ସହ ନଗଦ ୫୧ ହଜାର ୪୦୦ ଟଙ୍କା, ୩ଟି ମୋବାଇଲ,୭ଟି ସାଇକେଲ ମଧ୍ୟ ପୋଲିସ ଜବତ କରିଛି । ପୋଲିସର ଅତର୍କିିତ ଚଢାଉରେ ବହୁ ସଂଖ୍ୟାରେ ଜୁଆଡ଼ି ଦୌଡ଼ି ପଳାଇଥିବାବେଳେ ସେଥି ମଧ୍ୟରୁ ୫ଜଣ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ କି ଜଙ୍କିଆ ଥାନା ଅଚ୍ୟୁତପୁର ଓ ଟାେଙ୍କାଳ ଜଙ୍ଗଲ ମଧ୍ୟରେ ବହୁ ଦିନ ଧରି ଜୁଆ ଆଡ୍ଡା ଚାଲୁଥିଲା କିନ୍ତୁ ପୋଲିସ ସେମାନଙ୍କ ଟେର ପାଇବାରେ ସଫଳ ହେଉ ନଥିଲା ।  ଆଜି କୌଣସି ସୂତ୍ରରୁ ଖବର ପାଇ ଜଙ୍କିଆ ଆଇଆଇସି ଭବାନୀ ଶଙ୍କର ଖୁଂଟିଆଙ୍କ ନେତୃତ୍ୱରେ ଉକ୍ତ ଥାନା ଅଧୀନସ୍ଥ ଟାେଙ୍କାଳ ସାହାଡ଼ା ଜଙ୍ଗଲରେ ଜୁଆ ଖେଳ ଚାଲିଥିବାବେଳେ ଅତର୍କିତ ଚଢାଉ କରିଥିଲେ । ଏହି ସମୟରେ ପୋଲିସର ଖବର ପାଇଁ ଖେଳୁଥିବା ବହୁ ସଂଖ୍ୟକ ଜୁଆଡ଼ି ଫେରାର ହୋଇଯାଇଥିଲେ । ବହୁ କଷ୍ଟକରି ପୋଲିସ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ମଧ୍ୟରେ ରଣପୁର ଥାନା ଗୋପାଳପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା(୫୦), ଚାନ୍ଦପୁର ଥାନା ରାଜଜଙ୍କିଆ ଗ୍ରାମର ଅଜୟ କୁମାର ସ୍ୱାଇଁ (୪୪), ନିରାକାରପୁର ଥାନା ହରିପୁର ଗ୍ରାମର କେଦାରଶ୍ୱର ଧାଉଡ଼ିଆସିଂ. ଖୋର୍ଦ୍ଧା ସଦର ଥାନା କାଇପଦର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୩୫)  ଓ ନିରାକାରପୁର ଥାନା କାଶୀପୁର ଗ୍ରାମର ରମେଶ ଦଳେଇ ପ୍ରମୁଖ ରହିଛନ୍ତି । ସେଠାରୁ ପୋଲିସ ମଧ୍ୟ ଖେଳରେ ବ୍ୟବହୃତ ସାମଗ୍ରୀ , ନଗଦ ୫୧ହଜାର ୪ଶହ ଟଙ୍କା, ୩ଟି ମୋବାଇଲ  , ୨୦ଟି ବାଇକ ଓ ୭ଟି ସାଇକେଲ ଜବତ କରିଛି । ଜଙ୍କିଆ ଥାନା କେସନଂ ୧୭୭/୨୧ରେ ମାମଲା ରୁଜୁ ହୋଇଛି । ଏହି ଚଢଉରେ ଆଇଆଇସି ଭବାନୀ ଶଙ୍କର ଖୁଂଟିଆ, ଏସଆଇ ଅଞ୍ଜଳୀ ମଲ୍ଲିକ, ଏସଆଇ ଶଙ୍କର୍ଷଣ ପାଇକରାୟ, ଏଏସଆଇ ଶରତ ଚନ୍ଦ୍ର ପାଇକରାୟ, ସୁଶାନ୍ତ ଜେନା ପ୍ରମୁଖଙ୍କ ସମେତ ପୋଲିସ ଫୋର୍ସ ସାମିଲ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.