କେନ୍ଦ୍ରାପଡ଼ା, ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ନ୍ୟାୟାଳୟ ପରିସରରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ପୌରଯନ୍ତ୍ରୀଙ୍କ ସହ ଅଦାଲତ ପରିସର ପରିଦର୍ଶନ କରିଛନ୍ତି । ଜିଲ୍ଲାଜଜଙ୍କ ନିର୍ଦେଶରେ କୋର୍ଟ ମ୍ୟାନେଜର ସୁପ୍ରିତି ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଧିନ, ବରିଷ୍ଠ ଆଇନଜୀବୀ ଦେବଦାସ ମହାନ୍ତି ପ୍ରମୁଖ ଜିଲ୍ଲା ଅଦାଲତ ପରିସରରେ ବୁଲି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ସ୍ଥାନ ନିରୂପଣ କରିଥିବା ଜଣାପଡିଛି । ଖୁବଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପୌରନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଛନ୍ତି । ଓଡ଼ିଶା ସମାଚାର