Tuesday , March 28 2023
Breaking News
Home / ରାଜନୀତି / ଜନଶକ୍ତି ପାର୍ଟି କାର୍ଯ୍ୟାଳୟର ଭୂମି ପୂଜନ

ଜନଶକ୍ତି ପାର୍ଟି କାର୍ଯ୍ୟାଳୟର ଭୂମି ପୂଜନ

କେନ୍ଦ୍ରାପଡ଼ା, ୧୪/୦୮/୨୦୨୧(ଓଡ଼ିଶା ସମାଚାର)- ଜନଶକ୍ତି ପାର୍ଟିର କାର୍ଯ୍ୟାଳୟ ନିମନ୍ତେ ଭୂମି ପୂଜନ ଶନିବାର ଅନୁଷ୍ଠିତ ହୋଇଯାଇଛି । କଲେଜଛକ ନିକଟସ୍ଥ ଭ୍ରମରଦିଆପାଟଣା ଠାରେ ଜନଶକ୍ତି ପାର୍ଟି କାର୍ଯ୍ୟାଳୟ ନିମନ୍ତେ ଅନୁଷ୍ଠିତ ଭୁମି ପୂଜନ ଉତ୍ସବରେ ପ୍ରହ୍ଲାଦ ପ୍ରଭୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବା ଭିତିକ ଦଳର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦିପ କୁମାର ଦାଶଙ୍କ ସମେତ ପ୍ରଚାର କମିଟି ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ରାଜ୍ୟ ସଂଖ୍ୟାଲଘୁ ସେଲ ସଭାପତି ସେକ ଅମିରୁଦ୍ଧିନ, ସେବାଦଳ ପ୍ରମୁଖ ଅଶୋକ ରାଉତ, ନାରାୟଣ ମଲ୍ଲିକ, ବସନ୍ତ ଦାସ,  ବିବେକ ନାୟକ, ଅନନ୍ତ ବେହେରା,ରାଜ୍ୟ ଆଡଭୋକେଟ ଆସୋସିଏସନ ସଭାପତି ପ୍ରମୋଦ କୁମାର ମିଶ୍ର,  କ୍ଷେତ୍ରବାସୀ ସାହୁ, ଶରତ ସାହୁ, ଶିଶିର ପରିଡା, ଗିରିଧାରୀ ରାଉତ, ସେକ ଆସିକୁଦ୍ଧିନ, ତ୍ରିଲୋଚନ ନନ୍ଦ, କପିଳ ସେଠୀ, ଝରଣା ଦାଶ, ଐଶ୍ୱର୍ଯ୍ୟା ଦାଶ  ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.