କଟକ ୧୪/୦୮/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଗକୁ ଆସୁଛି ସାରା ଦେଶ ତଥା ବିଦେଶ ରେ ପ୍ରସିଦ୍ଧି ଲାଭ କରିଥିବା କଟକ ର ଶାରଦୀୟ ଦୁର୍ଗାପୂଜା , କିନ୍ତୁ ମାହାମାରୀ କୋଭିଡ ପାଇଁ,ଏଇ ଦୁଇ ବର୍ଷ ହବ,ସାରା ରାଜ୍ୟରେ ପାର୍ବଣ ଋତୁ ଫିକା ପଡିଚାଲିଛି । ତଥାପି ରାଜ୍ୟ ସରକାର କୋଭିଡ ଗାଇଡ଼ ଲାଇନ ଅନୁସାରେ ନିରାଡ଼ମ୍ବର ଭାବେ ପୂଜା ବିଧି ପାଳନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଯାହାକି ସମସ୍ତ ପୂଜା କମିଟି କୁ ଶକ୍ତ ଧକ୍କା ଲାଗିଛି । ବିଶେଷ ଭାବେ ମା ଙ୍କ ମୂର୍ତ୍ତି ନିର୍ମାଣ ଏବଂ ଶ୍ରଦ୍ଧାଳୁ ଙ୍କ ଦର୍ଶନ କୁ ନେଇ ପୂଜା କମିଟି ଗୁଡ଼ିକ ଏହାକୁ ପୁନର୍ବିଚାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ବର୍ଷକୁ ଥରେ ମା ଜଗତଜନନୀ ,କରୁଣାମୟୀ,ଦୁର୍ଗତିନାସିନୀ ମା ଦୁର୍ଗା ଏ ଧରା ପୃଷ୍ଟକୁ ଓହ୍ଲାଇ ,ନିଜର ଆଶିର୍ବାଦପୂର୍ଣ ପଣତକାନିରେ ସମସ୍ତ ସନ୍ତାନ ସନ୍ତତି ମାନଙ୍କୁ ଘୋଡାଇ ନିଜର କରିନିଅନ୍ତି । କିନ୍ତୁ ବିଗତ ଦୁଇ ବର୍ଷ ହେବ,ମାହାମାରୀ କରୋନା ତାର କରାଳ ରୂପକ କାୟା ବିସ୍ତାର କରି ମା ଙ୍କ କରୁଣା ଲାଭ ରୁ ବଂଚିତ କରିଛି । ବେଶେଷଭାବେ ଦଶହରା ପାଇଁ କଟକ ସହର ପ୍ରସିଦ୍ଧି ଲାଭ କରି ଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶନାମା କୁ ତର୍ଜମା କରିବା ପାଇଁ କଟକ ମହାନଗର ପୂଜା କମିଟି ଏକାଠି ହୋଇଥିଲେ । କଟକ ଚାନ୍ଦିନୀଚୌକ ସ୍ଥିତ ରାଧା ଶାନ୍ତି ପ୍ୟାଲେସ ଠାରେ ସମସ୍ତ ପୂଜା କମିଟି ସଦସ୍ୟ ଏକାଠି ହୋଇ ରାଜ୍ୟ ସରକାରଙ୍କ ଦାବିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ । କିନ୍ତୁ ମା ଙ୍କ ମୃତ୍ତି ନିର୍ମାଣ ଏବଂ ଭକ୍ତ ମାନଙ୍କର ଆଶିର୍ବାଦ ଭିକ୍ଷା କୁ କୋଭିଡ ଗାଇଡ଼ ଲାଇନ ଦ୍ଵାରା ପରିଚାଳିତ କରିବାକୁ କମିଟି ଦାବି ରଖିଛନ୍ତି । ମା ଙ୍କ ମୂର୍ତ୍ତି ସବୁ ବର୍ଷ ପରି ନିର୍ମାଣ ହେଉ ଏବଂ ଦର୍ଶନାଭିଶାଳୀ ଭକ୍ତ ଙ୍କୁ କୋଭିଡ ଗାଇଡ଼ଲାଇନ ଅନୁସାରେ ଦର୍ଶନ ର ସୁବିଧା ଦିଆଯାଉ । ଅନ୍ୟ ଦାବି ମାନଙ୍କ ମଧ୍ୟରୁ ମା ଙ୍କ ମୂର୍ତ୍ତି କୁ ବିନା ଶୋଭାଯାତ୍ରାରେ ନିଆଯାଇ ପୁରିଘାଟ ସ୍ଥିତ ଦେବୀଗଡାରେ ବିସର୍ଜନ କରାଯାଉ ଏବଂ ଦୈତ ନଗରୀ ପୋଲିସ କମିଶନର ସମସ୍ତ ପୂଜା କମିଟିର ମୁଖିଆ ଏବଂକଟକ ସହରର ରାଜନୈତିକ ଦଳର ମୁଖିଆ ମାନଙ୍କୁ ନେଇ ଏକ ବୈଠକ କରନ୍ତୁ ବୋଲି ଦାବି ରଖାଯାଇଥିଲା । କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ କଟକ ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ,,ଶାନ୍ତି କମିଟି ସମ୍ପାଦକ ତଥା ପୂର୍ବତନ ବାଙ୍କୀ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ, କଂଗ୍ରେସ ଉପସଭାପତି ସୁରେଶ ମହାପାତ୍ର , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ସମ୍ପାଦକ ଅମରେନ୍ଦୁମହାନ୍ତି ପ୍ରମୁଖ ଯୋଗ ଦେବା ସହ ଶାନ୍ତି କମିଟିର ସମସ୍ତ ପୂଜା କମିଟି ସଭାପତି,ସମ୍ପାଦକ ଯୋଗ ଦେଇଥିଲେ । ସମସ୍ତ ପୂଜା ବିଧିକୁ କୋଭିଡ ଗାଇଡ଼ ଲାଇନ ଦ୍ଵାରା ପାଳନ କରାଯାଇ,ଶାନ୍ତି ପୂର୍ଣ ଭାବେ ଶେଷ କରାଯିବା ନେଇ ଜନସାଧାରଣ ଙ୍କୁ ନିବେଦନ କରିବା ସହ ବୈଠକରେ ଉପସ୍ଥିତ ସମସ୍ୟ ଗୁଣିଜନ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ସମାଚାର