Saturday , March 25 2023
Breaking News
Home / ବିଶେଷ / କେନ୍ଦ୍ରାପଡା ପଂଚାୟତ ସମିତି ଅଷ୍ଟମ ସାଧାରଣ ବୈଠକ – ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

କେନ୍ଦ୍ରାପଡା ପଂଚାୟତ ସମିତି ଅଷ୍ଟମ ସାଧାରଣ ବୈଠକ – ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

କେନ୍ଦ୍ରାପଡ଼ା, ୧୪/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପଂଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ସମିତି ଅଧ୍ୟକ୍ଷ ଶିବ ପ୍ରସାଦ ଭଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳସେଚନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା) କାର୍ଯ୍ୟକୁ ନେଇ ସଭ୍ୟସଭ୍ୟାଙ୍କ ମ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ଭଳଙ୍କ ଅନୁମତି କ୍ରମେ ଏଜେଣ୍ଡା ଅନୁଯାଇ ଆଲୋଚନା ଆରମ୍ଭ ହୋଇଥିଲା । ପ୍ରଥମେ ପୂର୍ବ ବୈଠକର ବିବରଣୀ ବୈଠକରେ ଅନୁମୋଦନ କରାଯିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରି ହୋଇ ନପାରିବାକୁ ନେଇ ସଦସ୍ୟମାନେ ହୋହାଲା କରିଥିଲେ । ଯେଉଁ ହିତାଧିକାରୀଙ୍କ ନାମ ଅର୍ଥନୈତିକ ସର୍ଭେରେ ମନୋନ୍ୱିତ କରାଯାଇଛି ସେମାନେ ଅଯୋଗ୍ୟ ହୋଇଥିବାରୁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ସଦସ୍ୟମାନେ ଅଭିଯୋଗ କରିଥିଲେ । ପ୍ରକୃତ ହିତାଧିକାରୀ ଥିଲେ ମଧ୍ୟ ଚୟନ କରାଯାଇନାହିଁ ବୋଲି କହିଥିଲେ । ପୁନରାୟ ଏମାନଙ୍କ ସ୍ଥିତି ସର୍ଭେକରି ହିତାଧିକାରୀ ଚୟନ କରାଯିବ ବୋଲି ବିଧାୟକ ଓ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିଲେ । ଗୋବରୀ କେନାଲ ତଳମୁଣ୍ଡକୁ ପାଣି ଜାଉନଥିବାରୁ ଓସ୍ତପୁର, କଂସାର, ପୁରୁଷୋତମପୁର ଓ ଆୟବା ପଂଚାୟତରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ତୁରନ୍ତ ଜଳ ଯୋଗାଇଦେବାକୁ ଗୃହରେ ସଦସ୍ୟମାନେ ଦାବି କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ କେନାଲର ଶାଖା କେନାଲରେ ତଳମୁଣ୍ଡକୁ ପାଣି ପହଁଚୁ ନଥିବାରୁ କପାଳେଶ୍ୱର, ବାରୋ,କୋରୋ ପଂଚାୟତରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଯଥେଷ୍ଟ ବର୍ଷା ହେଉନଥିବାରୁ ପର୍ଯ୍ୟାୟ କ୍ରମେ ଉଭୟ କେନାଲରେ ପାଣି ଯୋଗାଇ ଦିଆଯାଉଛି । ଏହି ସମସ୍ୟାର ସମାଧାନ ହେବା ସହିତ ଧୂମାତ ପାଟରୁ ଜଳ ନିଷ୍କାସନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । କେନ୍ଦ୍ରାପଡା ସହରସ୍ଥ ଗୋବରୀ କେନାଲ ପାଶ୍ୱର୍ରେ ଏକ ନାଳି ଖୁବଶୀଘ୍ର ଖୋଳାଯିବା ପାଇଁ ସମସ୍ତ କାର୍ଯ୍ୟ ଶେଷ ଅବସ୍ଥାରେ ପହଁଚିଛି ବୋଲି ସେ କହିଥିଲେ । ମନରେଗା ଯୋଜନାର ନୀତି ନିୟମ ଅନୁଯାଇ ଅଧିକ କାର୍ଯ୍ୟ ହୋଇପାରୁନାହିଁ । ଯେଉଁ କାର୍ଯ୍ୟ ହୋଇଛି ତାହାର ଦ୍ୟେୟ ହିତାଧିକାରୀଙ୍କୁ ଦିଆଯାଇନାହିଁ ବୋଲି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇ ଯୋଜନାକୁ ସଫଳ କରିବା ପାଇଁ ନିଷ୍ପତିି ନିଆଯିବ ବୋଲି ଅଧ୍ୟକ୍ଷ କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ପ୍ରଶାସନକୁ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ଆସିଥିଲା । ଚକ୍ରୋଡା ସମତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ସର୍ବସମ୍ମତିକ୍ରମେ ସଦସ୍ୟମାନେ ସମର୍ଥନ ଜଣାଇଥିଲେ । ଏଥିସହିତ ଅନ୍ୟାନ୍ୟ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ସମତି ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବିଡିଓ ଅଶ୍ୱିନୀ କୁମାର ଦାସ ପ୍ରମୁଖ ମଂଚାସୀନ ଥିବା ବେଳେ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା, ନରହରି ପାଣି, ଗଗନବିହାରୀ ସାହୁ, ଧରଣୀଧର ଦାସ, ହେମନ୍ତ ବିଶ୍ୱାଳ, ଗାୟତ୍ରୀ ମହାନ୍ତି, ସୀତାସୁନ୍ଦରୀ ମଲ୍ଲିକ, ବସନ୍ତ କୁମାର ରାଉତ, ମମତାରାଣୀ ଧଳ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.