Monday , March 27 2023
Breaking News
Home / ବିଶେଷ / କଣ୍ଟ ପୁରିଵ ୨୭ ରେ , ରଟିଲୋ ମହାନଦୀ ପଠା ଜବରଦଖଲ ଉଚ୍ଛେଦ ଥୟ, କ୍ଷେତ୍ର ପରିଦର୍ଶନ କଲା ପ୍ରଶାସନିକ ଉଚ୍ଚପଦସ୍ଥ ଟିମ୍

କଣ୍ଟ ପୁରିଵ ୨୭ ରେ , ରଟିଲୋ ମହାନଦୀ ପଠା ଜବରଦଖଲ ଉଚ୍ଛେଦ ଥୟ, କ୍ଷେତ୍ର ପରିଦର୍ଶନ କଲା ପ୍ରଶାସନିକ ଉଚ୍ଚପଦସ୍ଥ ଟିମ୍

କଟକ ସଦର୧୪/୦୮/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲ ତଥା ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ମୈ।ଜାର ୨.୧୨ ଏକର ମହାନଦୀ ପଠାକୁ ଜବରଦଖଲ କରି ବେଆଇନ ନିର୍ମାଣ ଉଛେଦ ପାଇଁ ଜିଲ୍ଲାପାଳ ୧୫ ଦିନ ମହଲତ ଦେଇଥିବା ବେଳେ କଣ୍ଟ ପୁରିଵା ପରେ ଅର୍ଥାତ୍ ଆସନ୍ତା ୨୭ ତାରିଖ ଶୁକ୍ରବାର ଉଛେଦ ଥୟ ଵୋଲି ଜିଲ୍ଲା ପ୍ରଶାସନ ଶୁକ୍ରବାର ଅପରାହ୍ନରେ କ୍ଷେତ୍ର ପରିଦର୍ଶନ କରି କହିଥିଵା ଜଣାଯାଇଛି। ଗତ ୬ ତାରିଖରେ ଉଛେଦ କାହିଁକି କରାଗଲା ନାହିଁ ଵୋଲି ଏନ୍ ଜି ଟି ସତ୍ୟପାଠ ଜରିଆରେ ସେପ୍ଟେମ୍ବର ୩ ସୁଧା ଜଵାଵ ରଖିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଥିବା ସମ୍ପର୍କରେ ଶୁକ୍ରବାର ଦିନ ‘ଓଡିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଵା ପରେ ଉକ୍ତ ଦିନ ଅପରାହ୍ନରେ ଜିଲାପାଳ ଭବାନୀ ଶଙ୍କର ଚୟନୀ,ଏଡିମ୍, ପ୍ରକଳ୍ପ ନିର୍ଦ୍ଦେଶକ, ଆରକ୍ଷୀ ଅଧିକ୍ଷକ, ତହସିଲଦାର,ଵିଡିଓ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରି ଫେରିଥିବା ଜଣାପଡିଛି। ଉଛେଦ ଦିନ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିଵା ସହିତ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିଵାକୁ ବ୍ୟାପକ ପ୍ରଶାସନିକ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି। ସରକାରୀ ଅନୁଦାନରେ ଅନ୍ୟାନ୍ୟ ବେଆଇନ ନିର୍ମାଣ ପାଇଁ ଦାନରେ ନିର୍ମିତ ପଞ୍ଚମୂଖୀ ହନୁମାନ ମନ୍ଦିର ଭଙ୍ଗାଯିଵାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଗଭୀର ଭାଵାଵେଗ ଦେଖାଦେଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.