Thursday , September 28 2023
Home / ବିଶେଷ / ରଟିଲୋ ଜଵରଦଖଲ ଉଛେଦ ଘଟଣା,ଏପଟେ କଣ୍ଟ ପୁରିଵାକୁ ସପ୍ତାହେ ଵାକି, ସେପଟେ ଏନ୍ ଜି ଟି ର ସତ୍ୟପାଠ ତଲଵ

ରଟିଲୋ ଜଵରଦଖଲ ଉଛେଦ ଘଟଣା,ଏପଟେ କଣ୍ଟ ପୁରିଵାକୁ ସପ୍ତାହେ ଵାକି, ସେପଟେ ଏନ୍ ଜି ଟି ର ସତ୍ୟପାଠ ତଲଵ

କଟକ ସଦର, ୧୩/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ମୈ।ଜା ପ୍ଲଟ୍ ନଂ ୧୬୨୨ ର ୨. ୧୨ ଏକର ମହାନଦୀ ପଠାକୁ ଜଵର ଦଖଲ କରାଯାଇ ହନୁମାନ ମନ୍ଦିର, ସରକାରୀ ଅନୁଦାନରେ ପାର୍କ,ଧାନ ଖଳା ଭଳି ଅନେକ ବେଆଇନ ନିର୍ମାଣକୁ ବିରୋଧ କରି ଏନ୍ ଜି ଟି( ନ୍ୟାସନାଲ ଗ୍ରୀନ୍ ଟ୍ରିଵ୍ୟୁନାଲ ନିକଟରେ ମାମଲା ରୁଜୁ ହୋଇଥିଲା। ଜିଲ୍ଲା ପ୍ରସାସନର ରିପୋର୍ଟ କୁ ଆଧାର କରି ବେଆଇନ ନିର୍ମାଣକୁ ଉଛେଦ କରିବାକୁ ଟ୍ରିଵ୍ୟୁନାଲ ରାୟ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖରେ ପ୍ରସାସନ ଉଛେଦ ପାଇଁ ସବୁପ୍ରକାର ଉଦ୍ୟମ କରି ମଧ୍ୟ ଲୋକଙ୍କର ଵିରୋଧର ସମୁଖୀନ ହୋଇ ଉଛେଦ ରୁ ପଛଘୁଞ୍ଚା ଦେଇଥିଲେ। ଖଵର ପାଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଘଟଣା ସ୍ଥଳରେ ଅପରାହ୍ନ ରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ୧୫ ଦିନର ମହଲତ ଦେଇ ଫେରିଥିଲେ। ହେଲେ କଣ୍ଟ ପୁରିଵାକୁ ଆଉ ମାତ୍ର ସପ୍ତାହେ ଵାକି ଥିଵା ଵେଳେ ଏନ୍ ଜି ଟି ଏହି ମାମଲାର ଶୁଣାଣି କରି ଆଇନଶୃଙ୍ଖଳା ରକ୍ଷା ସହ ନିର୍ଦ୍ଦେଶ ପାଳନ କରିଵା ଦାୟିତ୍ଵ ଜିଲ୍ଲାପାଳଙ୍କର ଵୋଲି କହିଵା ସହିତ ଆସନ୍ତା ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ବେଆଇନ ନିର୍ମାଣ ଉଛେଦ ସମ୍ପର୍କିତ ସତ୍ୟପାଠ ଦାଖଲ କରିଵାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ହେଲେ ଉକ୍ତ ସ୍ଥାନରେ ମନ୍ଦିର ହେଵାରେ ଯଦିଓ ଵିରୋଧ ସେତେଟା ନଥିଲା ସେଠାରେ ସରକାରୀ ଅନୁଦାନ ରେ ସରକାରୀ ନିର୍ମାଣକୁ ବିରୋଧ ତୀବ୍ର ହୋଇଥିଲା। ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ଦ୍ୱିପାଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ଙ୍କ ପ୍ରତିମୂର୍ତ୍ତି କୁ ଭାଙ୍ଗି ଦେଵା ପରଠାରୁ ବେଆଇନ ନିର୍ମାଣ ଉଛେଦ ପାଇଁ ଯୋରଦାର ଉଦ୍ୟମ ଆରମ୍ଭ ହୋଇଛି। କଣ୍ଟ ପୁରିଵା ଆଗରୁ ତହସିଲ ପକ୍ଷରୁ ପୁଣି ମାପଚୁପ କରାଯାଉଥିବା ଜଣାଯାଇଛି। ଆଗକୁ ଉଛେଦ ହେଵ କି ସ୍ଥଗିତ ରହିଵ ତାହା କଣ୍ଟ ପୁରିଵା ପରେ ହିଁ ଜଣାପଡିଵ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *