Monday , June 27 2022
Breaking News
Home / ବିଶେଷ / ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର ବଂଟନ

ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର ବଂଟନ

କେନ୍ଦ୍ରାପଡ଼ା, ୧୩/୦୮/୨୦୨୧(ଓଡ଼ିଶା ସମାଚାର)- ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୁଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିରେ ବିଜୁ ମହିଳା ଜନତାଦଳର ରାଜ୍ୟ ସମ୍ପାଦିକା ମଧୁମତୀ ଅଗ୍ରୱାଲ ଓ କେନ୍ଦ୍ରାପଡା ଜିଲ୍ଲା ଯୁବ ଜନତା ଦଳର ସଭାପତି ରାଜେଶ ଦାସ ଗରଦପୁର ବ୍ଲକର ତିକନପୁର ଉଚ୍ଚ ବିଦ୍ୟାଳୟ, ହରିପୁର ଉଚ୍ଚ ବିଦ୍ୟାଳୟ, ରାମଚନ୍ଦ୍ରପୁରର ପହଣା ସଂସ୍କୃତ  ଉଚ୍ଚ ବିଦ୍ୟାଳୟ, ମାହାଳ ଉଚ୍ଚ ବିଦ୍ୟାଳୟ, ଭଗବାନପୁର ଉଚ୍ଚ ବିଦ୍ୟାଳୟ, ଗଜିପୁର ଉଚ୍ଚ ବିଦ୍ୟାଳୟ, କୋରୁଆ ବାଳିକା ଉଚ୍ଚ ବିଦ୍ୟାଳୟ, କୋରୁଆ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ  ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ଶ୍ରୀମତୀ ଅଗ୍ରୱାଲ କରୋନା ମହାମାରୀରୁ ନିଜକୁ ଦୂରେଇ ରଖି ଆଗାମୀ ଭବିଷ୍ୟତ ଗଢି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମତି ସଭ୍ୟ ସଞ୍ଜୟ ସ୍ୱାଇଁ, ପୂର୍ବତନ ସରପଂଚ ଭରତ ମିଶ୍ର, ବିଜୟ କୁମାର ସାହୁ, ପ୍ରବୀର ପରିଜା, ସରୋଜକାନ୍ତ ନାୟକ, ରାକେଶ ସେଠୀ, ଦେବବ୍ରତ ନାୟକ, ଉମାକାନ୍ତ ମଲ୍ଲିକ, ଦୀପକ ସାହୁ, ଶାରଦା ବେହେରା, ବିଜୁ ଯୁବଜନତା ଦଳ ଡିଜିଟାଲ ସଂଯୋଜକ ଆଲୋକ ମାହାଳିଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …

Leave a Reply

Your email address will not be published. Required fields are marked *