Friday , September 22 2023
Breaking News
Home / ବିଶେଷ / ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ପକ୍ଷରୁ ଛାତ୍ର-ଛାତ୍ରୀ ମାନଙ୍କୁ ମାସ୍କ୍ ଓ ହାଣ୍ଡ ସାନିଟାଇଜର ବିତରଣ

ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ପକ୍ଷରୁ ଛାତ୍ର-ଛାତ୍ରୀ ମାନଙ୍କୁ ମାସ୍କ୍ ଓ ହାଣ୍ଡ ସାନିଟାଇଜର ବିତରଣ

ଗରଦପୁର,୧୩/୦୮/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ଆନୁକୂଲ୍ୟରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ  ଗରଦପୁର ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର, ତିକନପୁର, ନଡ଼ିଆବରେଇ, ବଙ୍ଗାଳପୁର୍, ଭଗବାନପୁର ଓ ସାନଅଢଙ୍ଗା ଆଦି  ୬ଟି ଗ୍ରାମ ପଞ୍ଚାୟତ ର ସମସ୍ତ ଉଚ୍ଚ ଶିକ୍ଷା ବିଦ୍ୟାଳୟ ରେ ପଢ଼ୁଥିବା ୬୦୦ରୁ ଉର୍ଦ୍ଧ ୧୦ମ ଶ୍ରେଣୀ ଛାତ୍ର-ଛାତ୍ରୀ ମାନଙ୍କୁ ୯୫ ମାସ୍କ୍ ଓ ହାଣ୍ଡ ସାନିଟାଇଜର ବିତରଣ କରାଯାଇଛି ।

ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଶ୍ରୀମତୀ ମଧୁ ମତି ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ  ୬ଟି ଗ୍ରାମ ପଞ୍ଚାୟତ ର ସମସ୍ତ ଉଚ୍ଚ ଶିକ୍ଷା ବିଦ୍ୟାଳୟ ରେ ପଢ଼ୁଥିବା ୬୦୦ରୁ ଉର୍ଦ୍ଧ ୧୦ମ ଶ୍ରେଣୀ ଛାତ୍ର-ଛାତ୍ରୀ ମାନଙ୍କୁ ୯୫ ମାସ୍କ୍ ଓ ହାଣ୍ଡ ସାନିଟାଇଜର ବିତରଣ  କରିଥିଲେ । ଏଥି ସହିତ ଶ୍ରୀମତୀ ଅଗ୍ରୱାଲା ଛାତ୍ର ଛାତ୍ରୀ ମାନଙ୍କୁ କରୋନା ସମୟରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ୍ ଦାସ, ନଡ଼ିଆ ବରେଇ ସମିତି ସଭ୍ୟ ସଞ୍ଜୟ ସ୍ୱାଇଁ, ରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ମିଶ୍ର, ଭଗବାନପୁର ପଞ୍ଚାୟତ ସଭାପତି ହରି ଭାଇ, ବଙ୍ଗାଳପୁର ଗ୍ରାମ ପଞ୍ଚାୟତର ଯୁବ ନେତା ରଞ୍ଜନ ଭାଇ, ଦେବବ୍ରତ ନାୟକ, ସରୋଜକାନ୍ତ ନାୟକ, ରାକେଶ ସେଠୀ, ରାମ ଚନ୍ଦ୍ର ଜେନା, ଉମାକାନ୍ତ ମଲିକ, ଶିବ ପ୍ରସାଦ ପାଣି, ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଏବଂ ବହୁ ଯୁବକ ମାନେ ଯୋଗଦାନ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *