Monday , December 6 2021
Breaking News
Home / ବିଶେଷ / ପାଖଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ମାସ୍କ , ସାନିଟାଇଜର ଆଦି ବଂଟନ ଓ ବୃକ୍ଷ ରୋପଣ

ପାଖଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ମାସ୍କ , ସାନିଟାଇଜର ଆଦି ବଂଟନ ଓ ବୃକ୍ଷ ରୋପଣ

ଗରଦପୁର,୧୩/୦୮/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ଆନୁକୂଲ୍ୟରେ ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ମାସ୍କ , ସାନିଟାଇଜର ଆଦି ବଂଟନ କରିବା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ତଥା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ବଡ଼ ଝିଅ ଆଡ଼ଭୋକେଟ ଶ୍ରୀମତୀ ମଧୁମତି ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାସ୍କ , ସାନିଟାଇଜର ଆଦି ବଂଟନ କରିବା ସହିତ କରୋନା ଭୁତାଣୁ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ । ଏଥି ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ୍ ଦାସ, ସରପଞ୍ଚ ଗୌରାଙ୍ଗ ପରିଡ଼ା, ସରପଞ୍ଚ ପ୍ରକାଶ ସାହୁ, ପଞ୍ଚାୟତ ସଭାପତି ଦୁଃଖିଶ୍ୟାମ ସେନାପତି, ପ୍ରକୃତି ବନ୍ଧୁ ଦ୍ବାରିକା ନାଥ ସେନାପତି, ଗରଦପୁର ପଞ୍ଚାୟତ ସଭାପତି ଅମୀୟ ରାୟ ଙ୍କ  ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *